ସମାଜସେବୀଙ୍କ ଲକ୍ଷ୍ମଣ ନାୟକଙ୍କ ପରଲୋକ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ଆପଣ୍ଡା ଗ୍ରାମନିବାସୀ ବିଶିଷ୍ଟ ସମାଜସେବୀ ଲକ୍ଷ୍ମଣ ଚନ୍ଦ୍ର ନାୟକଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ କେବଳ ସ୍ଥାନୀୟ ଅଂଚଳ ନୁହେଁ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତଃ ନାୟକ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ବ୍ରତୀ ଥିଲେ। ସ୍ଥାନୀୟ ଅଂଚଳର ବହୁ ଶିକ୍ଷାନୁଷ୍ଠାନ ଓ ଦେବାଳୟ ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇଥିବାବେଳେ ଦୀନଦୁଖିଙ୍କ ପାଇଁ ସଦାସର୍ବଦା ସହଯୋଗର ହାତ ବଢାଉଥିଲେ। ଗତ କିଛିଦିନ ହେବ ସେ ଅସୁସ୍ଥ ଥାଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଭଳି ଜଣେ ସମାଜସେବୀ ଓ ବନ୍ଧୁବତ୍ସଳ ଆଦର୍ଶ ସଂଗଠକଙ୍କ ମୃତ୍ୟୁର ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ସହଧର୍ମିଣୀ ରମ୍ଭାବତୀ ଦେବୀ, ପୁତ୍ର ଗଣେଶ ପ୍ରସାଦ ନାୟକ, ସୁରେଶ ନାୟକ, ଦୁଇ ବୋହୂ, ଦୁଇ ଝିଅ-ଜ୍ୱାଇଁ ଉପସ୍ଥିତ ଥିଲେ। ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ସମଗ୍ର ଅଂଚଳ ପରିକ୍ରମା କରିବା ପରେ ଶବ ସତ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *