ଅନୁଗୁଳ

ସମାଜସେବୀଙ୍କ ଦ୍ୱାରା ୩ ଗରିବ ପରିବାରଙ୍କୁ ପାଲ ପ୍ରଦାନ

ତାଳଚେର, ୨୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାରାଂଚଳ ଗୋପୀନାଥପୁର ଅତି ଗରିବ ତଥା ଦୟନୀୟ ଅବସ୍ଥାରେ ଭଙ୍ଗାଘରେ ଜୀବନ କାଟୁ ଥିବା ୩ଟି ଗରିବ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ବିଷ୍ଣୁମୋହନ ରଥ। ଉକ୍ତ ଗରିବ ପରିବାରପ୍ରତି ପ୍ରତି ତାଳଚେର ପୈାର ପରିଷଦ ଆଖି ବୁଜି ଦେଇଥିବାବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ଶ୍ରୀ ରଥ। ପ୍ରକାଶ ଥାଉକି, ତାଳଚେର ପୈାରାଂଚଳ ଅନ୍ତର୍ଗତ ୧୬ ନଂ ୱାର୍ଡ଼ର ନିରଞ୍ଜନ ନାଏକ, ବ୍ରଜ ନାଏକ ଏବଂ ହାଡ଼ିବନ୍ଧୁ ନାଏକଙ୍କ ପରିବାର ଭଙ୍ଗାଘରେ ଦୟନୀୟ ଜୀବନ ବିତାଉଥିଲେ। ଘର ଉପରେ ଥିବା ଚାଳ ଭାଙ୍ଗିରୁଜି ଯାଇଥିଲା ବେଳେ ଅର୍ଥାଭାବରୁ ମରାମତି କରି ପାରୁନଥିଲେ। ଏ ସମ୍ପର୍କରେ ଶ୍ରୀ ରଥ ଅବଗତ ହେବାପରେ ଚଳିତ ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ଉକ୍ତ ୩ ପରିବାରକୁ ଭେଟି ଭଲମନ୍ଦ ପଚାରି ବୁଝିଥିଲେ। ଏହାପରେ ତାଳଚେର ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ନାୟକଙ୍କ ଉପସ୍ଥିତିରେ ସେମାନଙ୍କୁ ଗୋଟିଏ ଲେଖାଏଁ ପାଲ ପ୍ରଦାନ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top