ଜିଲ୍ଲା ପରିକ୍ରମା

ସମାଜରେ ଅନ୍ୟାୟ ଥିବା ଯାଏ ଗାନ୍ଧୀବାଦ ଆଲୋକବର୍ତ୍ତିକା ହୋଇ ରହିବ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ବହୁ ପୁରାତନ ଐତିହ୍ୟପୂର୍ଣ୍ଣ ଅନୁଷ୍ଠାନ ମହାତ୍ମାଗାନ୍ଧୀ ବିଚାରମଂଚ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଶାଖାର ମିଳିତ ଉଦ୍ୟମରେ ମହାତ୍ମାଗାନ୍ଧୀଙ୍କ ଐତିହାସିକ ପଦଯାତ୍ରାର ୮୪ତମ ସ୍ମାରକୀ ସଭା ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଆୟୋଜିତ ହେବା ଅବସରରେ ସମାଜରେ ଅନ୍ୟାୟ, ଅନୀତି, ଅତ୍ୟାଚାର ଥିବା ଯାଏ ଗାନ୍ଧୀବାଦ ଆଲୋକବର୍ତିକା ହୋଇ ରହିବ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି। ସକାଳେ ଗାନ୍ଧୀ ଓଡିଶା ବାଳାଶ୍ରମ, ଗରଦପୁରର ସଂପାଦକ ଅଶୋକଦାଶଙ୍କ ନେତୃତ୍ୱରେ ଗାନ୍ଧି ପଡିଆରୁ ଏକ ବିରାଟ ଶୋଭାଯାତ୍ରା ବାହାରି ରାମଧୂନ ଗାନ କରି ଶହୀଦସ୍ମୃତି ଭବନରେ ପହଚିଂବା ପରେ ସ୍ମୃତି ସମାରୋହକୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ମାନ୍ୟବର ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଳ୍ଲିକ୍, ପ୍ରାରମ୍ଭରେ ସୁଧାକର ରାଉତ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ ଜଣାଇଥିବା ବେଳେ ସ୍ୱାଗତସଂଗୀତ ପରିବେଷଣ କରିଥିଲେ ବାଳାଶ୍ରମର ଛାତ୍ରମାନେ, ଅଧିବକ୍ତା ତୁଷାରକାନ୍ତି ମହାନ୍ତିଙ୍କ ସ୍ୱାଗତଭାଷଣ ପରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ସଂପାଦକ ଶାନ୍ତନୁ କୁମାର ରାଉତ, ଅଖିଳ କୁମାର ପାଢ଼ୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପରେ ପୌରପାଳ ମାନସ କୁମାର ମହାନ୍ତି ଗାନ୍ଧିସ୍ମୃତି ସୁରକ୍ଷା ପାଇଁ ପୌରପାଳିକା ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଡାକ୍ତର ପ୍ରଦୀପ କୁମାର ନାୟକଙ୍କ ବକ୍ତବ୍ୟ ପରେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଗାନ୍ଧୀ ଦର୍ଶନର ଆବଶ୍ୟକତା ଏବଂ ସ୍ୱାଧୀନତା ସଂଗ୍ରାମରେ ଭଦ୍ରକର ସମସ୍ୟା ଆଲୋଚନା କରିବା ସହ ଗାନ୍ଧୀ ପଡିଆର ନବକଳେବର ପାଇଁ ସରକାରୀ ଅନୁଦାନ ବିଷୟରେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ପ୍ରଫେସର ରାଧାମୋହନ ଗାନ୍ଧୀ ଦର୍ଶନର ପ୍ରାୟୋଗିକ ଦିଗ ସଂପର୍କରେ ଆଲୋଚନା କରିଥିବା ବେଳେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଗାନ୍ଧୀ ଚେତନାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରାକ୍ତନ ପ୍ରଶାସକ ଦିଗମ୍ବର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶାନ୍ତିଲତା ନାଗଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ସଭାରେ ଡକ୍ଟର ସନାତନ ମହାନ୍ତି ତାଙ୍କର ଶୁଭେଚ୍ଛାଜ୍ଞାପନ କରିଥିବା ବେଳେ ଝରଣା ପଟ୍ଟନାୟକ, ମୂରଲୀଧର ପଣ୍ଡା, କରୁଣାକର ଉପାଧ୍ୟାୟ, ତପସ୍ୱୀନୀ ଦାସ, ସୀତାକାନ୍ତ ଦାସ, ବିନୟ କୁମାର ପଣ୍ଡା, ଅଜିତ ନାୟକ, ଗୌତମ ମହାରଣା, ବାବୁଲାଲ ଦାସ, ଏସ୍. ଏମ୍. ଫାରୁକ ପ୍ରମୁଖ ପରିଚାଳନା କରିଥିବା ବେଳ ଧନ୍ୟବାଦ ଦେଇଥିଲେ ଡାକ୍ତର ପ୍ରଭାସ ମହାନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top