ସମସ୍ୟା ଘେରରେ ପୂର୍ଣ୍ଣଚନ୍ଦ୍ରପୁର ୟୁଜିୟୁପି ସ୍କୁଲ

ଯାଜପୁର,୨/୭(ଓଡିଆପୁଅ/ମାନସ ରାଉତ) ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ୟୁଜିୟୁପି ସ୍କୁଲ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ସୁଚନା ମୁତାବକ ୨୦୦୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୬୯ଜଣ ଛାତ୍ରଛାତ୍ରୀ ୫ଟି କୋଠରୀରେ ପାଠ ପଢୁଛନ୍ତି। ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଥିବା ବେଳେ ୬ଶିକ୍ଷକ ରେ ୮ଟି ଶ୍ରେଣୀ ଚାଲିଛି। ପ୍ରଶାସନ ତାହା ପୂରଣ କରୁନଥିବା ବେଳେ ପାଠପଢା ବ୍ୟାଘାତ ହେଉଛି। ବିଦ୍ୟାଳୟର ଦୁଇଗୋଟି ନଳକୂପ ସଂପୂର୍ଣ୍ଣ ଅଚଳ ହୋଇ ପଡିଛି। ଦେବାଲ ନଥିବାରୁ ବିଦ୍ୟାଳୟକୁ ବିଭିନ୍ନ ଗାଈଗୋରୁ ଛେଳି ମେଣ୍ଢା ଆଦି ଅବାଧରେ ପ୍ରବେଶ କରୁଛନ୍ତି। ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ନଥିବାରୁ ଖରାଦିନେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ, ଶିକ୍ଷାଦାନ ପଦ୍ଧତି, ପୋଷାକ ବଣ୍ଟନ, ବିଭିନ୍ନ ଅନୁଦାନରେ ଖର୍ଚ୍ଚ ହୋଇଥିବା ଅର୍ଥ ଓ ଅନ୍ୟାନ୍ୟ ସମସ୍ୟାଉପରେ ଗ୍ରାମାବସୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲାପରେ ବିଭାଗ ତରଫରୁ ଏବିଇଓ ଓ ୪ ଜଣ ସିଆରସିସି ଏହାକୁ ଅନୁସନ୍ଧାନ କଲା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି। ଗତ ଶୁକ୍ରବାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ କରିବାରୁ ପରେ ସ୍ଥାନୀୟ ସିଆରସିସି ପ୍ରଭାତ କୁମାର ସାହୁ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ସମସ୍ୟାକୁ ସମାଧାନ କରିଥିଲେ। ବିଦ୍ୟାଳୟ ବିଭିନ୍ନ ସମସ୍ୟାଥିବା ବେଳେ ଶିକ୍ଷାବିଭାଗ ଏଥିପ୍ରତି ଦୃଷ୍ଟି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀଙ୍କ ତରଫରୁ ତ୍ରିଲୋଚନ ମହାନ୍ତ, ଲକ୍ଷ୍ମଣ ମହାନ୍ତ, ଲକ୍ଷ୍ମିଧର ମହାନ୍ତ, ସୁରେନ୍ଦ୍ର ମହାନ୍ତ,ହୃଷିକେଶ ମହାନ୍ତ,ଆନନ୍ଦ ମହାନ୍ତ,ଶରତ ମହାନ୍ତ,ଦୁର୍ଗା ମହାନ୍ତ ଓ ରାମଚନ୍ଦ୍ର ମହାନ୍ତ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *