ଓଡ଼ିଶା

ସମସ୍ୟାର ସମାଧାନ ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି ଇମ୍ପା ଆନ୍ଦୋଳନ

ରାୟଗଡା ୦୩/୦୫  ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ଜଟିଳ ହେବାରେ ଲାଗିଛି ଇମ୍ପା ଆନ୍ଦୋଳନ। ଆଜି ଏହି ଆନ୍ଦୋଳନକୁ ୧୨ ଦିନ ପୁରିଥିବା ବେଳେ ଆଜିମଧ୍ୟ ଆନ୍ଦୋଳନକାରି ମାନେ ଇମ୍ପା କାରଖାନା ଆଗରେ ଧାରଣାରେ ବସିଥିଲେ। ମଇ ଦିବସ ଉପଲକ୍ଷେ ଇମ୍ପା କାରଖାନା ଆଗରେ ୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ସାଙ୍ଗକୁ ସ୍ଥାନିୟ ଲୋକେ ସମବେତ ହୋଇ ଇମ୍ପା କତୃପକ୍ଷଙ୍କ ଅସହୋଯୋଗକୁ ବିରୋଧ କରିଥିଲେ। ସବୁଠାରୁ ବଡ଼ କଥା ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକାଙ୍କ ବିରୋଦ୍ଦରେ ଆସିଥିବା ଅଭିଯୋଗ ଉପରେ ଚର୍ଚ୍ଚା ଜୋର ଧରିଥିଲା। ଗୋଟିଏପଟେ ବେଦାନ୍ତ ଭଳି ଶିଳ୍ପସଂସ୍ଥାକୁ ସମର୍ଥନ ବିରୋଧରେ ମାଓ ସଙ୍ଗଠନ ବାସଧାରା-ଘୁମୁସର-ନାଗାବଳୀ ଡ଼ିଭିଜନାଲ କମିଟି ପକ୍ଷରୁ ପ୍ରଜାକୋର୍ଟରେ ଦଣ୍ଡର ଧମକ ମିଳିବା ପରେ ଏବେ ନିଜ ସମ୍ପ୍ରଦାୟରେ ବିରୋଧ ହେବାକୁ ପଡ଼ିଛି। ଗତକାଲି ନିୟମଗିରି ସୁରକ୍ଷା ପରିଷଦ ସଭାପତି ଲଦ ସିକକାଙ୍କ ନେତୃତ୍ୱରେ ଲାଖପଦର ଗାଁ ନିକଟରରେ ଏକ ବୈଠକରେ ଜିତୁ ଜାକାସିକାଙ୍କ କାର୍ଯ୍ୟକୁ ବିରୋଧ କରାଯିବା ସହ ଡ଼ଙ୍ଗରିଆଙ୍କ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକ ଦିଅଯାଇଛି। ଲଦ ଜାକାସିକା କହିଛନ୍ତିଯେ ଜିତୁ ଡ଼ଙ୍ଗରିଆ ସମ୍ପ୍ରଦାୟର ନୁହନ୍ତି କି ସେ କେବେ ଡ଼ଙ୍ଗରିଆଙ୍କ ସ୍ୱାର୍ଥରେ କାମ କରୁନଥିଲେ। ବରଂ ସବୁବେଳେ ଡ଼ଙ୍ଗରିଆଙ୍କୁ ବିରୋଧ କରି ବେଦାନ୍ତ ସପକ୍ଷରେ କାମ କରୁଛନ୍ତି। ଏବେ ଡ଼ଙ୍ଗରିଆ ମାନେ ନିୟମଗିରିକୁ ବଚେଂଇବା ପାଇଁ ବେଦାନ୍ତ ବିରୁଦ୍ଧରେ କାମ କଲାବେଳେ ଜିତୁ କୁଆଡ଼େ ଥିଲେ ବୋଲି ଓଲଟି ପ୍ରଶ୍ନ କରିଛନ୍ତି। ଥେରୁବାଲି କମ୍ପାନି ସହିତ ଡ଼ଙ୍ଗରିଆଙ୍କ କିଛି ଲେନଦେନ ନଥିବା କିମ୍ବା ଏହି କାରାଖାନା ଦ୍ୱାରା ନିୟମଗିରିର କିଛି କ୍ଷତି ହେଉନଥିବା ବେଳେ କାହା ପାଇଁ ସେ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ଦିନଟେ ପାଇଁ ବେଦାନ୍ତ କାରଖାନା ଆଗରେ ନିୟମଗିରି ସୁରକ୍ଷା ପରିଷଦ ପକ୍ଷରୁ ଆନ୍ଦୋଳନ ସମୟରେ ପୁଲିସ ଡ଼ଙ୍ଗରିଆଙ୍କ ଉପରେ ଲାଠିମାଡ଼ କରିଥିବା ବେଳେ ଏବେ ଜିତୁ ପୁଲିସ ଉପସ୍ଥିତିରେ ଇମ୍ପା କମ୍ପାନିରେ ଭଙ୍ଗାରୁଜା କରି ଆତଙ୍କ ଚଳାଇଥିଲେ ମଧ୍ୟ କାହିଁକି ଚୁପରହୁଛି ଜାଣି ହେଉନାହିଁ। ସେ ବିଜେଡ଼ିର ପଇସା ଖାଇ ଥେରୁବାଲି କାରଖାନା ଆଗରେ ଆମର ନାଁ କହି ଆନ୍ଦୋଳନ ଚଳାଉଛି ତେଣୁ ତାକୁ ଆମେ ମୃତ୍ୟୁଦଣ୍ଡ ଦେବୁ ବୋଲି ଧମକ ଦେଇଛନ୍ତି। ସେପଟେ ନିୟମଗିରି ସୁରକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ଧମକକୁ ଏଡ଼ାଇ ଯାଇଥିଲେ ଜିତୁ। ତେବେ ନିଜ ଜିବନ ପ୍ରତି ବିପଦ ରହିଥିବା କହିବା ସହ ଇମ୍ପା ଉଚ୍ଚ କତୃପକ୍ଷ ଆସି ସେମାନଙ୍କ ଦାବି ନେଇ ଆଲୋଚନା ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକସିକା। ଏଠାରେ ସୂଚନା ଯୋଗ୍ୟକି ଗତ ସୋମବାର ଦିନ ଜିଲ୍ଲାପ୍ରଶାସନ, ଆନ୍ଦୋଳନକାରି ଏବଂ ସ୍ଥାନିୟ ଇମ୍ପା କତୃପକ୍ଷଙ୍କୁ ନେଇ ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ ଏବେ ଆଗକୁ ଆନ୍ଦୋଳନକୁ ଯୋରଦାର କରିବା ପାଇଁ ଯୋଜନା ଚାଲିଥିବା କହିଛନ୍ତି ଜିତୁ। ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top