ଓଡ଼ିଶା

ସମସ୍ୟାରେ ବୈଦାଖିଆ ଆଶ୍ରମ ସ୍କୁଲ

ହାଟଡ଼ିହି, ୬ / ୧୨ : ସରକାର ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଆଦିବାସୀ ହରିଜନ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଇ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୋଜନା ମାନ କରୁଥିବା ବେଳେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଆଶ୍ରମ ଗୁଡ଼ିକ ସମସ୍ୟାରେ ଉବୁଟୁବୁ ହେଉଛି । ଯାହାଫଳରେ ସରକାରଙ୍କର ଉଦେ୍ଦଶ୍ୟ ବାଟବଣା ହୋଇପଡ଼ୁଛି । ଏଭଳି କେନ୍ଦୁଝର ଜିଲା ହାଟଡିହି ବ୍ଲକର ବୈଦାଖିଆ ଆଶ୍ରମରେ ଦେଖିବାକୁ ମିଳିଛି । ଉକ୍ତ ଆଶ୍ରମରେ ଛାତ୍ରୀ ଓ ଛାତ୍ରଙ୍କର ଆବାସିକ ଥିବା ବେଳେ ୨୮୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିକ୍ଷାଦାନ କରୁଛନ୍ତି । ଆବାସିକରେ ୧୧୦ ଛାତ୍ରୀ, ୧୧୦ ଛାତ୍ର ରହୁଛନ୍ତି । କିନ୍ତୁ ଏଥିରେ ପାଣିର ସୁବିଧା ନଥିବାରୁ ରହୁଥିବା ଛାତ୍ରଛାତ୍ରୀ ମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ପାଇଁ ବୋରିଂ ହୋଇ ପାଣି ଯୋଗାଣ ପାଇଁ ପାଇପ ଲାଇନ ହୋଇଥିଲେ ମଧ୍ୟ ଭୋଲ୍ଟେଜ ପାଇଁ ମଟରରୁ ପାଣି ଉଠୁନାହିଁ । ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ପାଣି ପାଇଁ ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହା କାମରେ ଲାଗୁନି । ପାଣି ଅଭାବରୁ ଛାତ୍ରଛାତ୍ରୀ ମାନେ ଟିୟୁଲରୁ ପାଣି ନେଇ ଶୌଚାଳୟକୁ ଯାଇଥାନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସୁବିଧାରେ ସୃଷ୍ଟି ହେଉଥିବାରୁ ପରିସ୍ଥିତିରେ ପଡ଼ି ବାହାରେ ଝାଡ଼ା ଓ ପରିସ୍ରା ଯାଇଥାନ୍ତି । ରାତିରେ ଝାଡ଼ା ଲାଗିଲେ ପାଣି ପାଇଁ ଆବାସିକ ଘର ବାହାରକୁ ଯାଇଥାନ୍ତି । ପାଣି ଅଭାବରୁ ବିଦ୍ୟାଳୟ ଓ ପରିସରରେ ଥିବା ଏକ ଗଢ଼ିଆରେ ଗାଧୋଇବା ଓ ଶୌଚ ହେବାକୁ ପଡ଼ିଥାଏ । ପାଖାପାଖି ଜଙ୍ଗଲ ପାହାଡ଼ ଥିବାରୁ ବିଭିନ୍ନ ବିଷାକ୍ତ ସାପ ବିଦ୍ୟାଳୟ ପରିସରକୁ ପଳାଇଆସିଥାନ୍ତି । ଏହାକୁ ନେଇ ଛାତ୍ରଛଶତ୍ରୀ ଓ ଶିକ୍ଷକ ମହଲରେ ଭୟ ସୃଷ୍ଟି ହୋଇଥାଏ । ସେହିପରି ବିଦ୍ୟାଳୟରେ ରୋଷେଇ ଗୃହ ନଥିବାରୁ ଏକ ଭଙ୍ଗା ଅସୁରକ୍ଷିତ ଛାତ ଘରେ ରୋଷେଇ କରାଯାଇଥାଏ । ତାଛଡ଼ା ଗୃହ ଅଭାବରୁ ଶିକ୍ଷୟିତ୍ରୀ ମାନେ ଅସୁରକ୍ଷିତ ପକ୍କାଗୃହରେ ରହିଥାନ୍ତି । ବର୍ଷା ହେଲେ ଶ୍ରେଣୀ ଗୃହ ଗୁଡ଼ିକ ଛାତରୁ ପାଣି ଗଳି ଶ୍ରେଣୀ ଗୃହରେ ପଡ଼ିଥାଏ । ଶିକ୍ଷକ ଶିକ୍ଷୟିତ୍ରୀ ରହିବା ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଘରନିର୍ମାଣ କରାଯାଇଥିଲେ ମଧ୍ୟ ଠିକାଦାର ବର୍ଷବର୍ଷ ଧରି ସଂପୂର୍ଣ୍ଣ କରୁନଥିବାରୁ ତାହା ପଡ଼ି ରହିଛି । ସରକାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ସୁସ୍ଥ ମାନସିକତା ପାଇଁ ସୌନ୍ଦର୍ଯ୍ୟ ପରିବେଶ ଓ ଶୁଦ୍ଧ ପାଣି ଯୋଗାଇ ଦେଉଥିବା ଡିଡିମ୍ବ ପିଟୁଥିବା ବେଳେ ଏଭଳି ସମସ୍ୟାରେ ଉବୁଟୁବୁ ହେଉଥିବା ଆଶ୍ରମ ବିଦ୍ୟାଳୟଟିର ଶିକ୍ଷାଦାନ କିଭଳି ଚାଳିଥିବ ଓ ଛାତ୍ରଛାତ୍ରୀ ମାନେ କିଭଳି ପରିସ୍ଥିତିର ରହିଥିବେ ଏଥିରୁ ଅନୁମେୟ । ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ବିଦ୍ୟାଳୟରେ ଥିବା ସମସ୍ୟା ଗୁଡ଼ିକୁ ସୁଧାରିବା ସହିତ ପାଣିର ସମସ୍ୟା ଦୂର କରିବାକୁ ଯଥାଶୀଘ୍ର ପ୍ରୟାସ କରିବାକୁ ଦାବି ହୋଇଛି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ମନ୍ମଥ ଜେନାଙ୍କୁ ପଚାରିବାରୁ ଲୋ ଭୋଲଟେଜ ପାଇଁ ପାଣି ଉଠୁନି ନଳକୂପରୁ ପାଣି ନେଇ ଛାତ୍ରଛାତ୍ରୀମାନେ ବ୍ୟବହାର କରୁଛନ୍ତି । ଏହାକୁ ନେଇ ବ୍ଲକ ଅଧିକାରୀଙ୍କୁ ଜଣାଇଛୁ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top