ସମସ୍ୟାରେ ଆରଜିଏଚ୍ ଡାଏଲିସିସ ସେଟଂର କିଡ଼ନୀ ରୋଗୀ ହନ୍ତସନ୍ତ

ରାଉରକେଲା ୨୭-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସବୁବେଳେ ଅବହେଳାରେ ରହି ଆସିଛି ରାଉରକେଲା ସରକାରୀ ଡାକ୍ତରଖାନା। ଜିଲାସ୍ତରୀୟ ଡାକ୍ତରଖାନା ନହେଲେ ମଧ୍ୟ ଜିଲାସ୍ତରୀୟ ଡାକ୍ତରଖାନାଠାରୁ ଏହାର ରୋଗୀ ସଂଖ୍ୟା ଅଧିକ। ଭିତିଭୂମିର ବିକାଶ ହୋଇଥିଲେ ବି ଏହାର ହସପିଟାଲର ଡାକ୍ତର କର୍ମଚାରୀଙ୍କ ଅଭାବ ରୋଗୀ ସେବା ପାଇଁ ଚିନ୍ତାର କାରଣ ହେଉଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାରେ ସମୀକ୍ଷା ବୈଠକ କରି ଏହି ହସ୍ପିଟାଲର ସମସ୍ୟା ଭିତରେ ଡାଏଲସିସ୍ ସେଟଂରକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବାରମ୍ବାର ଦାବି ହେଉଛି। ବଢୁଥିବା କିଡନୀ ରୋଗୀଙ୍କ ପାଇଁ ଆରଜିଏଚ୍ ରେ ଡାଏଲସିସ୍ ସେଟଂର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମତପ୍ରକାଶ ପାଉଛି। ରାଉରକେଲା ସରକାରୀ ଡାକ୍ତରଖାନା ଉପରେ ରାଉରକେଲା ମହାନିଗର ନିଗମ ଓ ଇସ୍ପାତ ସହରାଚଂଳ ବ୍ୟତୀତ ପାନପୋଷ ଓ ବଣାଇ ଉପଖଣ୍ଡ ହେଉଛି ସମ୍ପୂର୍ଣ୍ଣ ଆଦିବାସୀ ବହୁଳ ଅଚଂଳ। ଏହି ୨ଟି ଉପଖଣ୍ଡର ୮ଟି ବ୍ଲକ୍ ର ଜନସାଧାରଣ ଦୂରତାକୁ ନେଇ ସୁନ୍ଦରଗଡ଼ରେ ଥିବା ଜିଲାସ୍ତରୀୟ ଡାକ୍ତରଖାନା ଅପେକ୍ଷା ଏହି ଡାକ୍ତରଖାନାର ସ୍ୱାସ୍ଥ୍ୟସେବା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତା ଓ ପଦକ୍ଷେପ ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ଜିଲାସ୍ତରୀୟ ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହା ସହିତ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଏଥିପାଇଁ ବ୍ୟବସ୍ଥା ଥିବା ବେଳେ ଜିଲାସ୍ତରୀୟ ଡାକ୍ତରଖାନା ନହେଲେ ମଧ୍ୟ ସ୍ୱତନ୍ତ୍ର ଭାବେ ଏହି ବ୍ୟବସ୍ଥା ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ କାର୍ଯ୍ୟକାରୀ ହେଉଛି। ରୋଗୀ ସଂଖ୍ୟା ଏବଂ ହସପିଟାଲର ଗୁରୁତ୍ୱକୁ ଦେଖିଲେ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲସିସ୍ ସେଟଂର ପ୍ରତିଷ୍ଠା ହେବାର ଯଥାର୍ଥତା ରହିଛି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରର ସହମତି ଏବଂ ଆର୍ଥିକ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବାର ଏକାନ୍ତ ଆବଶ୍ୟକତା ରହିଛି। ରାଜ୍ୟସରକାରଙ୍କ ଗରିବ ଲୋକଙ୍କ ସ୍ୱାସ୍ଥ୍ୟର ବିକାଶ ଲାଗି ସହାୟ ଯୋଜନା ଆରମ୍ଭ କରିଛନ୍ତି। ଗାଁରେ ବସବାସ କରୁଥିବା ବାସିନ୍ଦା ମାନଙ୍କୁ ଯୋଗାଇବା ଏଥିରେ ଅନ୍ତର୍ଭୁକ୍ତ ରହିଛି। ଥରେ ଡାଏଲାସିସ ହେଲେ ହେଲେ ୪ରୁ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏପରି ସ୍ଥିତିରେ ଗରିବ ଲୋକଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇପଡିଛି। ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଗୁଡିକର ଲୋକପ୍ରତିନିଧି ମାନେ ଅଚଂଳରେ ସ୍ୱାସ୍ଥ୍ୟସେବାର ବିକାଶ ସହିତ ଆନ୍ତରିକତା ଯୋଗାଇବା ଜରୁରୀ ହୋଇ ପଡିଛି।

Leave a Reply

Your email address will not be published. Required fields are marked *