ଜିଲ୍ଲା ପରିକ୍ରମା

ସମସ୍ତ ବସ୍ତିବାସିନ୍ଦାଙ୍କୁ ପର୍ଚା-ପଟ୍ଟା ପ୍ରଦାନ କରା ଯାଉ – ଆମ୍ ଆଦମୀ ପାର୍ଟି

ରାଉରକେଲା ୨-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ ନିର୍ବାଚନ ପୁର୍ବରୁ ସମସ୍ତ ଓଡ଼ିଶାବାସୀଙ୍କୁ ପକ୍କାଘର ପ୍ରଦାନ କରା ଯିବ ବୋଲି ବିଜୁ ଜନତା ଦଳ ତର‘ରୁ ଘୋଷଣା କରାଯାଇଥିଲା। କିନ୍ତୁ ଅତି ଦୁଃଖର କଥା ଯେ ବିଜେଡିର ୧୯ ବର୍ଷର ଶାସନ ପୁରଣ ହୋଇ ଯାଇଥିଲେ ମଧ୍ୟ ରାଉରକେଲାରେ କାହାରିକୁ ପକ୍କାଘର କିମ୍ବା ଜମି ପର୍ଚା-ପଟ୍ଟା ପ୍ରଦାନ କରା ଯାଇ ନାହିଁ। ଆମ୍ ଆଦମୀ ପାର୍ଟି ତର‘ରୁ ରାଉରକେଲା ସହରରେ ବସବାସ କରୁଥିବା ସମସ୍ତ ବସ୍ତିବାସୀଙ୍କୁ ବିଜୁ ପକ୍କାଘର ଯୋଜନା ମାଧ୍ୟମରେ ପକ୍କାଘର କିମ୍ବା ଜମି ପର୍ଚା-ପଟ୍ଟା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଏହି ପରିପ୍ରେକ୍ଷିରେ ଗତ ଜାନୁଆରି ମାସରେ ପାର୍ଟି ତର‘ରୁ ଆବେଦନ ‘ର୍ମ ଆଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ରାଉରକେଲାର ୩୦ ହଜାରରୁ ଉର୍ଦ୍ଧ୍ୱ ବସ୍ତିବାସୀ ସାମିଲ ହୋଇ ଏପ୍ରିଲ ୧୦ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆବେଦନ ‘ର୍ମ ପଠାଇଥିଲେ। ଏହି ଅଭିଯାନ ପରେ ରାଜ୍ୟ ସରକାର ରାଉରକେଲାର ବିଭିନ୍ନ ବସ୍ତିମାନଙ୍କରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଁଚଳ)” ନାଁରେ ସର୍ବେ ଆରମ୍ଭ କରାଇ ବସ୍ତିବାସୀଙ୍କର ଭୋଟ ପରିଚୟପତ୍ର, ଆଧାର କାର୍ଡ ଓ ବ୍ୟାଙ୍କଖାତାର ‘ଟୋକପି ନେଇଥିଲେ। ଏଥିରୁ ବସ୍ତିବାସୀଙ୍କୁ କିଛି ସୁ‘ଳ ନ ମିଳିବାରୁ ଆସନ୍ତା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଗତ ଜୁଲାଇ ୧୮ ତାରିଖ ଦିନ ଓଡ଼ିଶା ସରକାରଙ୍କ ତର‘ରୁ ସହରାଁଚଳର ବସ୍ତିବାସୀନ୍ଦାଙ୍କୁ ଭୁମି ଅଧିକାର ଦେବା ପାଇଁ ବିଭିନ୍ନ ଖବରକାଗଜ ମାଧ୍ୟମରେ ଘୋଷଣା କରା ଯାଇ ଅଛି। ତେଣୁ ରାଜ୍ୟ ସରକାରଙ୍କ ଏଭଳି ଘୋଷଣାକୁ ସ୍ୱାଗତ ଜଣାଇ ସମସ୍ତ ବସ୍ତିବାସୀଙ୍କୁ ତୁରନ୍ତ ପର୍ଚା-ପଟ୍ଟା ପ୍ରଦାନ କରା ଯାଉ ବୋଲି ଆମ୍ ଆଦମୀ ପାର୍ଟି ତର‘ରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରାଯାଇ ଅଛି। ଏହି ପରିପ୍ରେକ୍ଷିରେ ଆମ୍ ଆଦ୍ ମୀ ପାର୍ଟିର ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଉରକେଲା ଅତିରକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି “ଭୁମି ଅଧିକାର” ଯୋଜନା ମାଧ୍ୟମରେ ସହରରେ ବସବାସ କରୁଥିବା ସମସ୍ତ ବସ୍ତିବାସୀଙ୍କୁ ପର୍ଚା-ପଟ୍ଟା ତୁରନ୍ତ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜର ପ୍ରତିଶ୍ରୁତିର ରକ୍ଷା କରନ୍ତୁ ଏବଂ ଅତି ଶିଘ୍ର ସମସ୍ତ ବସ୍ତିବାସୀଙ୍କୁ ଜମି ପର୍ଚା-ପଟ୍ଟା ପ୍ରଦାନ କରନ୍ତୁ ବୋଲି ଜମି ଅଧିକାର ପାଇଁ ଆମ୍ ଆଦ୍ ମୀ ପାର୍ଟି ତର‘ରୁ ବସ୍ତିବାସୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ କରିବା ପାଇଁ ଆହ୍ୱାନ କରାଯାଇ ଅଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦର ସିଂହ, ରମାକାନ୍ତ ନାୟକ, ଯମୁନା ମାହାଲି, ମମତା ଭୋଇ, ଚମନଦୀପ ସିଂହ, ଅଜୟ ପାଢ଼ୀ, ଜୟକୁମାର ପାଣ୍ଡେ, ସୁରେଶ ତନ୍ତି, ରିଙ୍କୁ ସିଂହ, ମଁଜୁ ତିର୍କୀ, ଲକ୍ଷ୍ମୀ ତିର୍କୀ, ନବୀନ ବାଙ୍କରା, ଭରତ ଚନ୍ଦ୍ର ବାଇ, ମାୟାଧର କୁଁଅର, ପ୍ରମୋଦ ଲେଙ୍କା, ଚନ୍ଦନ ତନ୍ତି, ଅଙ୍କିତା ପଣ୍ଡା, ଜୁଲି ପ୍ରଧାନ, ରାଖି ମଣ୍ଡଲ, ରିତା ତନ୍ତି, ଜେରୋମ ଟେଟେ, ରାଜେନ୍ଦ୍ର ପ୍ରସାଦ, ଅଶୋକ ଯାଦବ, ଆନନ୍ଦ ବରୱା ଓ ବହୁ ସଂଖ୍ୟାରେ ପାର୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top