ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷରେ ମାଲକାନଗିରିରେ ମିନିମାରାଥନ ୨୦୧୮ ଉଦଘାଟିତ

ମାଲକାନଗିରି, ୨୮ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କିଟ୍ ଓ କିସ୍ ସଂସ୍ଥା ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷରେ ମିନି ମାରାଥନ ୨୦୧୮ କାର୍ଯ୍ୟକ୍ରମକୁ ଆଜି ସକାଳେ ସ୍ଥାନୀୟ ଷ୍ଟାଡିୟମ ଠାରେ ମାଲକାନଗିରି ବିଧାୟକ ମାନସ ମାଡକାମି ସବୁଜପତାକା ଦେଖାଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଶିକ୍ଷକ, ବରିଷ୍ଠ ନାଗରିକ, ସାମ୍ବାଦିକ, ବୁଦ୍ଧିଜୀବୀ, ସରକାରି ବେସରକାରି କର୍ମଚାରୀମାନେ ଏହି ଗଣଦୌଡରେ ଭାଗନେଇ ସହର ପରିକ୍ରମା କରି ସ୍ଥାନୀୟ ଡିଏନକେ ମଇଦାନ ଠାରେ ଏକତ୍ରୀତ ହୋଇଥିଲେ। ଡିଏନକେ ମଇଦାନଠାରେ କିସ୍ ସଂସ୍ଥାର ଜିଲ୍ଲା ସଂଯୋଜକ ରମ୍ୟରଜଂନ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ମାନସ ମାଡକାମି, ମୁଖ୍ୟବକ୍ତା ଭାବେ ମୁକୁନ୍ଦ ପଡିଆମି, ସମ୍ମାନିତ ଅତିଥି ଭାବେ ୟୁନିସେଫ ଜିଲ୍ଲା ସଂଯୋଜକ ପ୍ରକାଶ ବାରିକ, ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଟ ସାମ୍ବାଦିକ ରତ୍ନାକର ଦାଶ, ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ, ଜାତୀୟସ୍ତର ତୀରାନ୍ଦାଜ ଗୋଲ୍ଡ ମେଡାଲିଷ୍ଟ ରାଜେଶ ହାଂସଦା, ଅଶ୍ୱିନି କୁମାର ବିଶ୍ୱାଳ, ବନ ବିହାରି ଦାଶ, ଗୋପି ପଟ୍ଟନାୟକ, ଶ୍ୟାମସୁନ୍ଦର ନାୟକ, ନୃସିଂହ ନାୟକ, ହରିଶ ଚନ୍ଦ୍ର ଦାସ, ପ୍ରମୁଖ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଶିକ୍ଷାର ହାର କିପରି ବୃଦ୍ଧିପାଇବା ସହ ନାରୀ ଶିକ୍ଷାର ଅଗ୍ରଗତି ପ୍ରତି ଗୁରୁତ୍ୱ ଦେବାପାଇଁ କହିଥିଲେ।

ଏହି ଅବସରରେ ଜିଲ୍ଲା ସ୍ତରୀୟ ମିନି ମାରାଥନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ଛାତ୍ରଛାତ୍ରୀ ଓ ସମସ୍ତ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ସଭାରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ପ୍ରସାଦ ନାୟକ, ଜିତେନ୍ଦ୍ର ରାଉତ, ଉତମ ସା, ଜୟନ୍ତିବୁରୁଦା, କେ.ରାଜୁ ଦେଶି ଆଚାରୀ, ବିନାଶ କୁମାର ମିଶ୍ର, ରାମକୃଷ୍ଣ ଚୌଧୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Leave a Reply

Your email address will not be published. Required fields are marked *