ସମଲେଶ୍ୱରୀ ମନ୍ଦିରରେ ଚଡ଼କ ନିରୋଧୀ ବ୍ୟବସ୍ଥା

ସମ୍ବଲପୁର, ୭/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) : ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠକୁ ଚଡ଼କ ନିରୋଧୀ କରିବା ପାଇଁ କାମ ଆରମ୍ଭ ହୋଇଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଇଞ୍ଜିନିୟରିଂ ଷ୍ଟାଫଙ୍କ ତତ୍ତ୍ୱାବଧାନରେ ଏବିବି କମ୍ପାନୀ ଏହି ଦାୟିତ୍ୱ ତୁଲାଉଛନ୍ତି। ସମଲେଶ୍ୱରୀ ମନ୍ଦିର ଯେଭଳି ଚଡ଼କ ଦ୍ୱାରା କ୍ଷତିଗ୍ରସ୍ତ ହେବ ନାହିଁ ସେଥିପାଇଁ ଆଧୁନିକ ପଦ୍ଧତିରେ ସମ୍ପୂର୍ଣ୍ଣ ସୁରକ୍ଷିତ ହେବାଭଳି କାର୍ଯ୍ୟ କରାଯାଉଛି। ଏଥିରେ ୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଚଡ଼କ ଯୋଗୁଁ ସମଲେଶ୍ୱରୀ ମନ୍ଦିରର ଧ୍ୱଜା ପୋଡ଼ି ଯାଇଥିଲା। ଏହା ଅଶୁଭ ସୂଚନା ତଥା କୌଣସି ବଡ଼ଧରଣର ଅଘଟଣର ସମ୍ଭାବନାକୁ ଦର୍ଶାଉଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେବାବେଳେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭବିଷ୍ୟତ ସୁରକ୍ଷା ପାଇଁ ତକ୍ରାଳ ପଦକ୍ଷେପ ନିଆଯିବା ପୂର୍ବକ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସହାୟତା ଲୋଡ଼ା ଯାଇଥିଲା। ସମ୍ପୂର୍ଣ୍ଣ ସୁରକ୍ଷିତ ପଦ୍ଧତିରେ ଏହି କାମ କରାଯାଉଥିବାରୁ ମନ୍ଦିର ପାଇଁ ଆଉ କୌରସି ବିପଦର ସମ୍ଭାବନା ନାହିଁ ବୋଲି ଟ୍ରଷ୍ଟବୋର୍ଡ଼ର ସଭାପତି ସଞ୍ଜୟ ବାବୁ କହିଛନ୍ତି।

Leave a Reply

Your email address will not be published. Required fields are marked *