ଓଡ଼ିଶା

ସମଲେଈ ଗୁଡ଼ିରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର, ୧୧/୯ (ଓଡ଼ିଆ ପୁଅ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଏବେ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି। ଘରେ ଘରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଭୋଗ ପାଇଁ ନୂତନ ଧାନ ମନ୍ଦିରରେ ପହଞ୍ଚିଛି। ବଲବସପୁରର ଚାଷୀ ସୁବାସ ବେହେରା ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚି ମୁଖ୍ୟ ପୂଜକ ଅମ୍ବିକା ରାୟ ଓ ତାଙ୍କ ପତ୍ନୀ ସୁରଭିଙ୍କୁ ନୂଆ ଧାନ ପ୍ରଦାନ କରିଛନ୍ତି। ପରମ୍ପରା ଅନୁଯାୟୀ ମୁଖ୍ୟ ପୂଜକଙ୍କ ପରିବାର ପକ୍ଷରୁ ଉକ୍ତଧାନରୁ ଭୋଗ ପ୍ରସ୍ତୁତି ପାଇଁ ଆବଶ୍ୟକ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି। ଇତିମଧ୍ୟରେ ନୂଆଁଖାଇ ପର୍ବ ପାଇଁ ମନ୍ଦିରରେ ରଙ୍ଗକାର୍ଯ୍ୟ ସହ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ଆରମ୍ଭ ହୋଇଛି। ଅନ୍ୟପକ୍ଷେ ନୂଆଁଖାଇ ପର୍ବ ପାଇଁ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘର ଲିପାପୋଛା, ରଙ୍ଗ କାର୍ଯ୍ୟ ସହ ଉତ୍ସବ ପାଳନ ପାଇଁ ଗ୍ରାମ ଓ ପଡ଼ାରେ ଲୋକେ ବ୍ୟସ୍ତ ରହିଛନ୍ତି। ନୂତନ ବସ୍ତ୍ର, ପୂଜା ପାଇଁ ସାମଗ୍ରୀ କିଣାବିକା ମଧ୍ୟ ଜୋର ଧରିଛି। ଇତିମଧ୍ୟରେ ଦୂର ଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ପର୍ବ ପାଳନ ପାଇଁ ଘରକୁ ପହଞ୍ଚିବା ଆରମ୍ଭ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ ଉତ୍ସବ ଅୟୋଜନ ଉତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ନୂଆଁଖାଇ ଅବସରରେ ପରମ୍ପରିକ ଖେଳକୁଦ ସହ ବିଭିନ୍ନ ପ୍ରକାର ପ୍ରତିଯୋଗିତା, ଜୁହାରଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top