ad
ଜିଲ୍ଲା ପରିକ୍ରମା

ସମବାୟ ସମିତି କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କେନ୍ଦ୍ର ସମୟବାୟ ବ୍ୟାଙ୍କ ଓ ସମବାୟ ବିଭାଗର ଡିଭିଜନ, ସର୍କଲ ସ୍ତରୀୟ କେତେକ ପ୍ରଶାସନିକ ଅଧିକାରୀମାନଙ୍କର ସମବାୟ ସମିତି କର୍ମଚାରୀ ମାନଙ୍କ ପ୍ରତି ଚରମ ଅବହେଳା ଓ ହେୟଜ୍ଞାନର ଦୃଢ଼ ପ୍ରତିବାଦ ସ୍ୱରୂପ ବାଲେଶ୍ୱର-ଭଦ୍ରକ ଜିଲ୍ଲାର ୨୫୧ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ର କାର୍ଯ୍ୟରତ କର୍ମଚାରୀମାନେ ଚଳିତ ଜାନୁୟାରୀ ୨ ତାରିଖରୁ କେନ୍ଦ୍ର ସମବାୟ ବ୍ୟାଙ୍କକୁ ସଂପୂର୍ଣ୍ଣ ଅସହଯୋଗ କରିବାକୁ ସଂଘର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଉପଲକ୍ଷେ ଭଦ୍ରକର କଲେଇ ସେବା ସମବାୟ ସମିତିରେ ଆହୂତ ବୈଠକରେ ବାଲେଶ୍ୱର-ଭଦ୍ରକ ସମବାୟ ସମିତି କର୍ମଚାରୀ ମହାସଂଘର ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ନିରଞ୍ଜନ ସାହୁ, ସାଧାରଣ ସଂପାଦକ ଅରୁଣ ଉଦୟ ପାତ୍ର ଉପଦେଷ୍ଟା ରମାକାନ୍ତ ଦାସ, ହରିଶ୍ଚନ୍ଦ୍ର ଦାସ ମହାପାତ୍ର, କାଳୀକିଙ୍କର ଦାସ, ଗଙ୍ଗାଧର ନାୟକ, ଗୌରାଙ୍ଗ ବିଶ୍ୱାଳ, ଜ୍ଞାନରଞ୍ଜନ ମିଶ୍ର, ସନାତନ ଜେନା, ମହେଶ୍ୱର ଭୋଇ, ରବିନ୍ଦ୍ର କୁମାର ମଲ୍ଲିକ, ଚନ୍ଦ୍ରଶେଖର ନାୟକ, ନିର୍ମଳ ଦାସ ପ୍ରମୁଖ ବଜେଟ ଅନୁମୋଦନରେ ପକ୍ଷପାତିତା ତଥା ପ୍ୟାକ୍ସ ପ୍ରଶାସନିକ ଫଣ୍ଡ ଗଠନରେ ଅନିୟମିତତାକୁ ତ୍ରୀବ୍ର ବିରୋଧ କରିଥିଲେ। ପରେ ୩ ଦଫାଦାବି (୧) କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦରମା ବଜେଟ୍ ଅନୁମୋଦନ (୨) ନିବନ୍ଧକଙ୍କ ଆଦେଶ ନାମା ଅନୁଯାୟୀ କର୍ମଚାରୀଙ୍କ ଗ୍ରେଡ୍ ଓ ବରିଷ୍ଠତା ଅନୁସାରେ ପଦୋନ୍ନତି ଏବଂ (୩) ସମବାୟ ବିଭାଗ ସଚିବ, ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁସାରେ ୪ଟଙ୍କା ୫୦ ପଇସା କୃଷିଋଣ ସୁଧ ପରିବର୍ତ୍ତେ ୨ଟଙ୍କା ସୁଧ ଦାବି ଉପରେ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମହାସଂଘ ପକ୍ଷରୁ କେନ୍ଦ୍ରର ସମବାୟ ବ୍ୟାଙ୍କକୁ ସଂପୂର୍ଣ୍ଣ ଅହସଯୋଗ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top