ସମବାୟ ବ୍ୟାଙ୍କ ପକ୍ଷରୁ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

ଭଦ୍ରକ, ୨୪ା୧୧ (ଓଡ଼ିଆପଅୁ / ପ୍ରମୋଦ ରାୟ) : ବାଲେଶ୍ୱର-ଭଦ୍ରକ ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଭଦ୍ରକ ବ୍ଲକ୍ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଭଦ୍ରକ ମହାବିଦ୍ୟାଳୟ ସଭାଗୃହରେ ପୁରସ୍କୃତ କରାଯାଇଛି । ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି, ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ନାୟକ ଯୋଗଦେଇଥିଲେ । ଉକ୍ତ ସଭାରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନିଦେ୍ର୍ଦଶକ ହେମନ୍ତ କୁମାର ପାଢୀ ସଭାପତିତ୍ୱ କରିଥିଲେ । ଉକ୍ତ ସଭାକୁ ଭଦ୍ରକ ସମବାୟ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ଅଶ୍ୱିନୀ କୁମାର ନାୟକ ପରିଚାଳନା କରିଥିଲେ । ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଭଦ୍ରକ କଲେଜର ଛାତ୍ରୀ ରଶ୍ମିତା ନାୟକ ପ୍ରଥମ, ଭଦ୍ରକ କଲେଜର ଛାତ୍ର ସିପକ୍ ଦାଶ ଦ୍ୱିତୀୟ, କଳିଙ୍ଗ ବିକାଶ ସଂସ୍ଥାର ଛାତ୍ରୀ ମନୀଷା ନାୟକ ତୃତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ମୁଖ୍ୟଅତିଥି ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ନାୟକ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ବନିତା ସାହୁ ପ୍ରଥମ, ସଂଯୁକ୍ତା ବାରିକ ଦ୍ୱିତୀୟ ଓ ଇପସିତା କର ତୃତୀୟ ସ୍ଥାନ ହାସଲ କରିଥିବାରୁ ବ୍ୟାଙ୍କର ନିଦେ୍ର୍ଦଶକ ହେମନ୍ତ କୁମାର ପାଢୀ ପୁରସ୍କୃତ କରିଥିଲେ । ଅନ୍ୟତମ ଅତିଥି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଅଜୟ କୁମାର ସେଠୀ, ରାନ୍ଦିଆ ସେବା ସମବାୟ ସମିତିର ସଭାପତି ଶ୍ୟାମସୁନ୍ଦର ନାୟକ, ଲାଙ୍ଗୁଡି ସେବା ସମବାୟ ସମିତିର ସଭାପତି ଉମାଶଙ୍କର ନାୟକ ଓ ସାବରଙ୍ଗ ସେବା ସମବାୟ ସମିତିର ସଭାପତି ଭ୍ରମର କୁମାର ନାୟକ, ବ୍ୟାଙ୍କ କର୍ମଚାରୀ ମହେଶ୍ୱର ନାୟକ ଓ ଅଶୋକ ଭାରତୀ ଉପସ୍ଥିତ ଥିଲେ । ଶେଷରେ ଭଦ୍ରକ ସମବାୟ ବ୍ୟାଙ୍କର ହିସାବ ରକ୍ଷକ ତପସ୍ୱିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *