ଓଡ଼ିଶା

ସମବାୟ ଟ୍ରିବ୍ୟୁନାଲ ଆଦେଶ ପରେ କିଶୋର ମେହେର ପରିଚାଳନା କମିଟି ସଦସ୍ୟ ଭାବେ ଯୋଗଦେଲେ

ବୈାଦ୍ଧ,୩୦ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ରାଜ୍ୟ ସମବାୟ ଟ୍ରିବ୍ୟୁନାଲଙ୍କ ଆଦେଶ କ୍ରମେ କିଶୋର ମେହେର ପରିଚାଳନା କମିଟି ସଦସ୍ୟ ଭାବେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କରେ ଯୋଗଦେଇଛନ୍ତି । ପ୍ରକାଶ ଥାଉକି ବୌଦ୍ଧ ସମବାୟ ବ୍ୟାଙ୍କର ୧୧ ନଂ ଜୋନ ୨୦୧୫ ମସିହାରେ ବାଳମୁକୁନ୍ଦ ମେହେର ଓ କିଶୋର ମେହେର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହି ସମୟରେ ପ୍ରାର୍ଥୀ ବାଳମୁକୁନ୍ଦଙ୍କ ୧୯୯୫ ମସିହା ପରେ ୨ ରୁ ଅଧିକ ସନ୍ତାନ ଥିବାର ପ୍ରମାଣ ନେଇ ନିର୍ବାଚନ ଅଧିକାରୀଙ୍କୁ ଦେବାସହ ତାଙ୍କର ପ୍ରାର୍ଥୀପତ୍ର ନାକଚ କରିବାକୁ ଦାବି କରିଥିଲେ । କିନ୍ତୁ ନିର୍ବାଚନ ଅଧିକାରୀ ବାଳମୁକୁନ୍ଦଙ୍କ ପ୍ରାର୍ଥୀପତ୍ର କାଏମ ରଖିଥିଲେ । ଏହି ନିର୍ବାଚନରେ ବାଳମୁକୁନ୍ଦ ବିଜୟୀ ହୋଇ ସମବାୟ ବ୍ୟାଙ୍କର ପରିଚାଳନା କମିଟି ସଦସ୍ୟ ହୋଇଥିଲେ । କିନ୍ତୁ ଏହା ବିରୋଧରେ କିଶୋର ରାଜ୍ୟ ସମବାୟ ଟ୍ରିବ୍ୟୁନାଲ ଭୁବନେଶ୍ୱରଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ସମବାୟ ଟି୍ରବୁ୍ୟନାଲ କେସ ନମ୍ବର (ଇ.ଡି ୧୦୩/୨୦୧୫) ରେ ବିଚାର ହୋଇ ଗତ ୨୮.୦୨.୨୦୧୮ ରେ ବାଳମୁକୁନ୍ଦଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ କିଶୋର ମେହେରଙ୍କୁ ବୌଦ୍ଧ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଭାବରେ ନିର୍ବାଚିତ କରିବାକୁ ବୌଦ୍ଧ ସମବାୟ ବ୍ୟାଙ୍କର ସଂପାଦକଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ଏନେଇ ଗତ ୨୦.୩.୧୮ ଟ୍ରିବ୍ୟୁନାଲ ଆଦେଶ କିଶୋର ମେହେର ବ୍ୟାଙ୍କରେ ଦାଖଲ କରିଥିଲେ । ବ୍ୟାଙ୍କର ପରିଚଳନା ପରିଷଦ ବୈଠକରେ ଶ୍ରୀ ମେହେର ଆସି ଯୋଗଦେବାରୁ ବ୍ୟାଙ୍କ ସଂପାଦକ ସୁରେନ୍ଦ୍ର ପ୍ରଧାନ ବାଳମୁକୁନ୍ଦ ମେହେର ଟ୍ରିବ୍ୟୁନାଲ ଆଦେଶ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ଥିବା ଓ ୧୫ ଦିନର ସମୟ ମାଗି ଥିବାରୁ କିଶୋର ମେହେରଙ୍କୁ ସଦସ୍ୟ ଭାବେ ଯୋଗ ନଦେବାକୁ କହିଥିଲେ । କିନ୍ତୁ ଅନ୍ୟ ସଦସ୍ୟ ମାନେ କୋର୍ଟ ଆଦେଶ ଯେତେବେଳେ ଯାହା ସପକ୍ଷରେ ରାୟ ଥିବ ସେ ସେତେବେଳେ ସଦସ୍ୟ ଭାବେ ଗଣା ହେବ ବୋଲି ପାଟିକରିବାରୁ ଶେଷରେ ସଂପାଦକ କିଶୋର ମେହେରଙ୍କୁ ପରିଚାଳନା ସଦସ୍ୟ ଭାବେ ଯୋଗ ଦେବାକୁ କହିବା ପରେ ସେ ୧୧ ନଂ ଜୋନର ନୁତନ ପରିଚାଳନା ପରିଷଦ ସଦସ୍ୟ ଭାବେ ଯୋଗଦେଇଥିଲେ । ଏହାକୁ ନେଇ ଜିଲାର ରାଜନୈତିକ ମହଲରେ ଉଷ୍ମତା ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top