ସମବାୟ ଆପଣଙ୍କ ପାଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, ୧୧/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାସପୁର ହାଇସ୍କୁଲ ପରିସରରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୁଲ୍ୟରେ ସମବାୟ ଆପଣଙ୍କ ପାଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ଉତ୍ସବକୁ ଉଦ୍ଘାଟନ କରିଥିଲା ବେଳେ ପରିଚାଳନା ବୋର୍ଡର ସଭାପତି ରବିନାରାୟଣ ବେହେରା ସଭାପତିତ୍ୱ କରିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ସରକାର କୃଷକ ମାନଙ୍କ ପାଇଁ ନେଉଥିବା ପଦକ୍ଷେପ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲେଶ୍ୱର ଭଦ୍ରକ ସେବା ସମବାୟ ସମିତିର ଡେପୁଟି ମ୍ୟାନେଜର ଜଳଧର ପଣ୍ଡା ଯୋଗଦେଇ ଫସଲ ୠଣ ଉପରେ ଉପସ୍ଥିତ କୃଷକ ମାନଙ୍କୁ ବୁଝାଇଥିଲେ। ଭଦ୍ରକ ଏସଏଆରସିଏସର ସହକାରୀ ପରିଚାଳକ ଲକ୍ଷ୍ମୀଧର ରାଉତ, ବ୍ୟାଙ୍କ ମ୍ୟାନେଜର ଅଭିରାମ ମହାନ୍ତି, ବ୍ୟାଙ୍କ ଡାଇରେକ୍ଟର ରଶ୍ମିତା ନାୟକ, ସ୍ଥାନୀୟ ସରପଞ୍ଚ ରାମେଶ୍ୱର ହାଂସଦା, ଶ୍ୟାମସୁନ୍ଦରପୁର ସରପଞ୍ଚ ଶୁସାନ୍ତ କୁମାର ମହାକୁଡ, ୪ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ଲୋପାମୁଦ୍ରା ଧର, ସୁପରଭାଇଜର ଶରତ ଚନ୍ଦ୍ର ରାଉତ, ବିରେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ପାତ୍ର, ଅଭୟ କୁମାର ମହାନ୍ତି, ସୁରେଶ ଭୂୟାଁ, ଶ୍ରୀଧର ତ୍ରିପାଠୀ, ଭରତ ରାଉତ, ଅନନ୍ତ ପ୍ରସାଦ ବାରିକ ଓ କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଯୋଗାଇଦେଉଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ଆଲୋଚନ କରିଥିଲେ।

Leave a Reply

Your email address will not be published. Required fields are marked *