ଜଗତସିଂହପୁର

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ତିର୍ତ୍ତୋଲ୨୦/୦୭(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଠୀମଲ୍ଲିକାପୁର ପଞ୍ଚାୟତ ରାଜିବଭବନ ଗୃହ ପରିସରରେ ଆଜି ଗୋବିନ୍ଦପୁର ସମବାୟ ସମିତି ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ନୂତନ ଯୋଜନା ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ପ୍ରିତି ରଞ୍ଜନ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ସମବାୟ ସମ୍ପ୍ରସାରଣ ଅଧିକାରୀ ରଞ୍ଜିତ କୁମାର ସାହୁ, ତିର୍ତ୍ତୋଲ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଅନିରୁଧ ଜେନା, ସମ୍ପାଦକ ବିଜୟା ନନ୍ଦ ନାୟକ, ସ୍ଥାନୀୟ ସରପଞ୍ଚ ଲିଲିମା ପାତ୍ର, ଗୋବିନ୍ଦପୁର ସରପଞ୍ଚ ରମେଶ ଚନ୍ଦ୍ର କୁଅଁର, ଉପସଭାପତି ସରସ୍ୱତୀ ଛତ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ। ଭାଗଚାଷୀ ଚିହ୍ନଟ, ଭାଗଚାଷୀଙ୍କୁ ରୁଣ ପ୍ରଦାନ, ସମସ୍ତ ଚାଷୀମାନଙ୍କୁ ସଭ୍ୟ ତାଲିକାରେ ଅନ୍ତର୍ଭୂକ୍ତ, ସମବାୟ ସମିତିରେ ଚାଷୀମାନଙ୍କର ବ୍ୟାଙ୍କ ଖାତା ଖୋଲିବା, ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରିବା, ସବସିଡ଼ିରେ ବିହନ, ସାର ସମେତ ଆନୁସଙ୍ଗିକ ସାମଗ୍ରୀ ଯୋଗାଇଦେବା ସହିତ ବିଭିନ୍ନ ଯୋଜନା ଉପରେ ଚାଷୀମାନଙ୍କୁ ସଚେତନ କରାଇଥିଲେ। ସଭ୍ୟ ରମେଶ ଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ନାୟକ, ମିଲନ କୁମାର ବାରିକ୍, ନାରାୟଣ ସାହୁ, ଅକ୍ଷୟ ସ୍ୱାଇଁ, ସଞ୍ଜୟ ବିଶ୍ୱାଳ, ଧନେଶ୍ୱର ବେହେରା, ଜିତେନ୍ଦ୍ର ନାୟକ, ଆଲୋକ ଲକ୍ଷ୍ମୀ ନାୟକ, ଚାଷୀ ଅଶୋକ ବାରିକ୍, ସାରଦା ନାୟକ, ବିଜୟ ବିଶ୍ୱାଳ, ମଦନ ମଲ୍ଲିକ, ହରି ଚରଣ ନାୟକଙ୍କ ସମେତ ଗୋବିନ୍ଦପୁର, କୋଷ୍ଠିମଲିକାପୁର ଓ ତେନ୍ତୁଲିପଦାର ଚାଷୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top