ସମବାୟବିତ୍ ଘନଶ୍ୟାମ ବେହେରାଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା ୧୪/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ବିଶିଷ୍ଟ ସମବାୟବିତ ସୂର୍ଗତ ଘନଶ୍ୟାମ ବେହେରାଙ୍କ ବିୟୋଗରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ବୈଷ୍ଣବ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲ ସ୍ୱର୍ଗତ ଘନଶ୍ୟାମ ବେହେରାଙ୍କ ସହ ଦୀର୍ଘ ୪୦ ବର୍ଷର ସଂପର୍କ ଓ ସଂପୃକ୍ତି ସଂପର୍କରେ ଆଲୋକପାତ କରିବା ସହ କେନ୍ଦ୍ରାପଡା ଜିଲ୍ଲାରେ ଆଂଚଳିକ ସମବାୟ ବଜାର କମିଟି ଗଠନ ଓ ପରିଚାଳନାରେ ତାଙ୍କର ଭୁମିକା ଏବଂ ସାଂସ୍କୃତିକ ସଂଗଠନ ଚେତନା ସମାଜର ପ୍ରତିଷ୍ଠାତା ସଦସ୍ୟ ଭାବରେ ତାଙ୍କର ଭୂମିକା ଅବିସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ୮୭ ବର୍ଷ ବୟସରେ ବାର୍ଦ୍ଧକ୍ୟଜନୀତ ରୋଗରେ ପିଡିତ ହୋଇ ଗତ ରବିବାର ଗୋପସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ କୃତିବାସ ସ୍ୱାଇଁ, ଭାଗିରଥି ଜେନା, ଡଃ. ଉପେନ୍ଦ୍ରନାଥ ପ୍ରଧାନ, ଅରୁଣ କୁମାର ମହାନ୍ତି, ଅମୀୟ କୁମାର ନାୟକ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ମଥୁରାନନ୍ଦ ସାହୁ ପ୍ରମୁଖ ତାଙ୍କ ସ୍ମୃତିଚାରଣ କରିବା ସହ ଅମର ଆମ୍ôାର ସଦ୍ଗତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *