ଗଜପତି

ସମତା କ୍ରାନ୍ତି ଦଳର ପ୍ରଥମ କର୍ମୀ ସମ୍ମିଳନୀ

ପାରଳାଖେମୁଣ୍ଡି,୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାପାରଳାଖେମୁଣ୍ଡି ସ୍ଥିତ ଟାଉନହଲ ଠାରେ ସମତା କ୍ରାନ୍ତି ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳ ପକ୍ଷରୁ ଏକ ଶୋଭା ସ୍ଥାନୀୟ ନୁଆବସଷ୍ଟାଣ୍ଡ ଠାରୁ ବାହାରି ଟାଉନହଲ ଠାରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଗଜପତି ଜିଲା ଆବାହକ ସୁନୀଲ ପଟ୍ଟନୟାକ ସଭାପତିତ୍ୱ କରିଥିବା ବେଳେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ବ୍ରଜକିଶୋର ତିପାଠି ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ପାରଳା ମହାରାଜାଙ୍କର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ରହିଥିବା ବେଳେ ରାଜ୍ୟ ସରକାର ଗଜପତି ଜିଲାକୁ ତଥା ପାରଳାଖେମୁଣ୍ଡିକୁ ଅଣଦେଖା କରୁଛନ୍ତି ବୋଲି ଶ୍ରୀ ତି୍ରପାଠି କହିଥିଲେ । ରାଜ୍ୟରେ ପାଣି, ଖଣି ଇତ୍ୟାଦି ପ୍ରାକୃତିକ ସମ୍ପଦ ରହିଥିଲେ ମଧ୍ୟ ଏହାର ସଠିକ ବିନିଯୋଗ ସରକାରଙ୍କ ଦ୍ୱାରା କରାଯାଉନାହିଁ ବୋଲି ସେ ଅଭିଯୋଗ ଆଣିଥିଲେ । ଗଜପତି ଜିଲାରେ ପର୍ଯ୍ୟାପ୍ତ ପାଣି ରହିଥିଲେ ମଧ୍ୟ ଏଠାରେ ଜଳ ସେଚନ ହୋଇପାରୁନାହିଁ ଅଥଚ ଆନ୍ଧ୍ର ସରକାର ସେହି ଜଳକୁ ବିନିଯୋଗ କରି ତାଙ୍କ ରାଜ୍ୟର ବିକାଶ କରୁଛନ୍ତି । ଗରିବ, ବେକାର, ଚାଷି ଓ ବରିଷ୍ଠ ନାଗାରିକମାନଙ୍କର ଯେଉଁ ମାନେ ବିକାଶର ଚିନ୍ତା କରିବେ ଏଠାରେ ସେଭଳି ଦଳର ଆବଶ୍ୟକତା ରହିଛି ବୋଲି ଏହି କର୍ମୀ ସମ୍ମିଳନୀରେ କୁହାଯାଇଥିଲା । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସଂଯୋଜକ ଯଜେ୍ଞଶ୍ୱର ବାବୁ, ରାଜ୍ୟ ଯୁବସଭାପତି ସାରଦା ପ୍ରସାଦ ସ୍ୱାଇଁ,  ବାମପନ୍ଥୀ ନେତା ଜନା ସୁବାଷଚନ୍ଦ୍ର ରାଓ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସନ୍ଧ୍ୟା ସମୟରେ ସ୍ଥାନୀୟ ସରକିଟ ହାଉସଠାରେ ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ସଭାର ସଭାପତି ବ୍ରଜ କିଶୋର ତ୍ରିପାଠି ଆଗାମି ଦିନରେ ବିଭିନ୍ନ ଛୋଟ ଛୋଟ ଦଳକୁ ନେଇ ରାଜ୍ୟରେ ଏକ ବିକଳ୍ପ ରାଜନୈତିକ ଶକ୍ତି ତିଆରି କରାଯିବ ଏବଂ ଆଗାମି ଦିନରେ ଦଳ ପକ୍ଷରୁ ଗଜପତି ଜିଲାରେ ପ୍ରାର୍ଥୀ ଦେବାପାଇଁ ଯୋଜନା ରହିଛି ବୋଲି ସେ କହିଥିଲେ । ଜିଲାର ବିଭିନ୍ନ ସମସ୍ୟାକୁ ଆଗାମି ଦିନରେ ଦଳ ପକ୍ଷରୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରାଯିବ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top