ଓଡ଼ିଶା

ସମଗ୍ର ଓଡ଼ିଶାର ଆଶା ସାଥୀମାନେ ଏ.ଆଇ.ଟି.ୟୁ.ସି. ନେତୃତ୍ୱରେ ଦିନରାତି ବସିଲେ, ପଦବୀ ଉଚ୍ଛେଦ ପ୍ରତ୍ୟାହାର ଓ ଭତ୍ତା ସୁରକ୍ଷାର ପ୍ରତିଶ୍ରୁତି ନେଇ ଫେରିଲେ

ଭୁବନେଶ୍ୱର, ତା ୯ା୧୦ (ଓଡ଼ିଆ ପୁଅ) : ଗତ ଅକ୍ଟୋବର ୧ ତାରିଖଠାରୁ ଆଶାକର୍ମୀ ଏବଂ ଆଶା ସାଥୀ ପୃଥକ କରିବା ସହ କେବଳ ଆଶା କାର୍ଯ୍ୟ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟମିଶନ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶନାମା ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ ନିଖିଳ ଓଡ଼ିଶା ଆଶାକର୍ମୀ ପକ୍ଷରୁ ଗତକାଲିଠାରୁ ଭୁବନେଶ୍ୱରସ୍ଥ ଲୋୟର ପି.ଏମ୍.ଜି.ଠାରେ ଦିବାରାତ୍ର ଗଣଧାରଣା ଆଜି ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ହସ୍ତକ୍ଷେପ ଫଳରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ମାନ୍ୟବର ମନ୍ତ୍ରୀ ପ୍ରତିନିଧି ମଣ୍ଡଳୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଥା- ଆଶକର୍ମୀ ଓ ଆଶା ଶାଥୀମାନେ ପୂର୍ବଭଳି ଉଭୟ କାମ କରିବେ, ଏ ସମ୍ପର୍କରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିଛି ନିର୍ଦ୍ଦିଷ୍ଟ ସଂଗଠନ ଆଶା ସାଥୀମାନଙ୍କ ବିରୁଦ୍ଧରେ କ୍ରମାଗତ କୁତ୍ସାରଟନା କରିବା ସହ ବିଭିନ୍ନ ବିଭ୍ରାନ୍ତିକର ପ୍ରଚାର କରୁଥିଲେ। ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ବାସ୍ତବତାକୁ ବିଚାରକୁ ନେଇ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ନ୍ୟାୟ ସଂଗତ ଦାବିକୁ ଗ୍ରହଣ କରିବା ସହ ଏ ସମ୍ପର୍କରେ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦେବାସହ ଉଭୟ କାର୍ଯ୍ୟ କରିବା ପାଇଁ ଖୁବ୍ଶୀଘ୍ର ନିର୍ଦ୍ଦେଶନାମା ପ୍ରକାଶ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ମାନ୍ୟବର ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଆଲୋଚନାରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ଉପସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସଂଘର ସାଧାରଣ ସମ୍ପାଦିକା ନମିତା ସାହୁ, ସଞ୍ଜୁ ରାଉତ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ପ୍ରବୀଣ ଦାଶ, ରେଣୁବାଳା ସାହୁ, ଛବି ରାଉତ, ରଜନୀଗନ୍ଧା କୁଦେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଶାକର୍ମୀଙ୍କୁ ୱାର୍କରମାନ୍ୟତା ଦାବି ନେଇ ଆଗାମୀ ଜାନୁଆରୀ ମାସ ୮ ଓ ୯ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦିଆଯାଇଥିଲ।।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top