ଅନୁଗୁଳ

ସମଗ୍ର ଅନୁଗୋଳ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ପବନ

ଅନୁଗୋଳ, ୧୪/୫(ଓଡ଼ିଆ ପୁଅ/ଅଜିତ ବେହେରା): ଅନୁଗୋଳ ଜିଲ୍ଲା ସମେତ ଉତପ୍ତ ସହର ତାଳଚେରରେ ସୋମବାର ଦିନ କାଳବୈଶାଖୀ ଜନିତ ବର୍ଷା ଓ ପବନରେ ପ୍ରଭାବିତ ହୋଇ ପାରଦ ନିମ୍ନଗାମୀ ହୋଇଛି। ଗତ କିଛି ଦିନ ହେବ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳୁ ଲାଗି ରହିଥିବା ବେଳେ ସୋମବାର ପୂର୍ବାହ୍ନ ୧୦ଟା ବେଳେ ପାଗରେ ହଠାତ ପରିବର୍ତ୍ତନ ଦେଖା ଦେଇଥିଲା। ଆକାଶରେ ହଠାତ୍ ମେଘ ଘୋଟି ଆସିବାସହ ଦେଖୁଦେଖୁ ବର୍ଷା ଓ ଖୁବ ଜୋରରେ ପବନ ବହିଥିଲା। ପ୍ରାୟ ୨ଘଂଟା କାଳ କାଳବୈଶାଖୀର ପ୍ରଭାବରେ ପ୍ରବଳ ବର୍ଷା ହେବା ଯୋଗୁଁ ରାସ୍ତାଘାଟ, ନାଳନର୍ଦ୍ଦମା ଆଦି ଜଳମୟ ହୋଇଯାଇଥିଲା। ଯଦ୍ୱାରା ସମଗ୍ର ଜିଲ୍ଲା ସମେତ ତତଲା ସହର ତାଳଚେରରେ ତାପମାତ୍ରାରେ ଢେର ହ୍ରାସ ଘଟିଥିଲା। ଲୋକେ ତାତି ଏବଂ ଗୁଳୁଗୁଳିରୁ ସାମୟିକ ଆଶ୍ୱସ୍ତି ଲାଭ କରିଥିଲେ। ପ୍ରକାଶ ଥାଉକି, ଗତ ଏକ ସପ୍ତାହ ହେବ ଅନୁଗୋଳ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଉଦ୍ଧ୍ୱର୍ରୁ ରହି ଆସୁଥିଲା। ସେହିପରି ତାଳଚେର କୋଇଲାଖଣି ଅଂଚଳରେ ପାରଦ ୪୫ ଡିଗ୍ରୀ ଉପରକୁ ଚାଲି ଯାଇଥିବାର ଲକ୍ଷ୍ୟ କରା ଯାଇଥିଲା। ଗ୍ରୀଷ୍ମରୁ ମୁକ୍ତି ପାଇଁ ଏବଂ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ଡହଳବିକଳ ହେଉଥିଲେ। ପ୍ରବଳ ବର୍ଷା ଯୋଗୁଁ ତାଳଚେର ବ୍ଲକ କଳମଛୁଇଁରୁ ଅନୁଗୋଳ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଧୋଇ ହୋଇଯାଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ଅନୁଗୋଳ ପଡ଼ୋଶୀ ଜିଲ୍ଲା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ମୃତକ ଜଣକ ଚାନ୍ତପୁର ଗ୍ରାମର ନରେଶ ଦେହୁରୀ ଏବଂ ଆହତ ହୋଇଥିବା ଅମିତ ମହାପାତ୍ରଙ୍କ ଘର ଆମ୍ବପଳାସ ଗାଁରେ। ଉଭୟ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ନରେଶଙ୍କୁ ମୃତ ଘୋଷିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top