ସଭାପତିଙ୍କ ଅନୁପସ୍ଥିତିରେ ଜିଲା ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ

କୋରାପୁଟ; ତା୧୪-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ) ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଜିଲା ପରିଷଦ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ମଙ୍ଗଳବାର ଅପରାହ୍ନ୍ନରେ ଜିଲାପାଳ ଅନୁପମ ସାହା, ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ଦେବେନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ କୁମାର ପାଙ୍ଗୀ , କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ,ଲକ୍ଷ୍ମିପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୂତନ କୋଠାର ଉଦଘାଟନ କରିଛନ୍ତି । ତେବେ ଉଦଘାଟନୀ ସମାରୋହରେ ଜିଲା ପରିଷଦ ସଭାପତି ପ୍ରଭୂ ଜାନୀ ଅନୁପସ୍ଥିତ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସୂଚନା ଅନୁଯାୟୀ ନୂତନ କୋଠା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପଛ ପାଖେ ଥିବା ଏକ ସଙ୍କୁଚିତ ସ୍ଥାନରେ ଥିବାରୁ ସ୍ଥାନ ଅଭାବ ରହିବା କାରଣ ଦେଖାଇ ସେଠାରେ ଅଫିସ ଚଳାଇବା ନିମନ୍ତେ ସଭାପତି ସହମତି ହୋଇନଥିଲେ । ଉକ୍ତ ସ୍ଥାନରେ ଅଫିସ ହେଲେ ସଭାପତି,ଉପ-ସଭାପତି ଓ ସଦସ୍ୟ ମାନଙ୍କ ଗାଡି ପାର୍କିଂ ପାଇଁ ସ୍ଥାନର ଅଭାବ ଦର୍ଶାଇବା ସହ ଅଫିସକୁ ଯିବା ଲାଗି ଅନ୍ୟ ବାଟ ନ ଥିବାରୁ ଡିଆରଡିଏ ଅଫିସ ଦେଇ ସେମାନଙ୍କୁ ଯିବା ଆସିବା କରିବାକୁ ହେବ,ଯାହାକି ସଦସ୍ୟ ମାନଙ୍କ ପାଇଁ ଉଚିତ ହେବ ନାହିଁ ବୋଲି କାରଣ ଦର୍ଶାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଆଜି ଉଦଘାଟନ କରିଥିଲେ । କିନ୍ତୁ ପ୍ରଶାସନ ସେମାନଙ୍କ ପ୍ରସ୍ତାବକୁ ଅଣଦେଖା କରି ନୂଆ ଅଫିସ ଉଦଗାଟନ କରିଛି ବୋଲି ଜିଲା ପରିଷଦ ସଭାପତି ପ୍ରଭୂ ଜାନୀ ମନ୍ତବ୍ୟ ଦେବା ସହ ସେ ପୁରୁଣା ଅଫିସ ଛାଡିବେନି ବରଂ ସେଠାରେହିଁ ଅଫିସ କାମ କରିବେ ଓ ଦରକାର ପଡିଲେ ନିଜ ବାସଭବନରେ ରହି ଅଫିସ କାର୍ଯ୍ୟ କରିବେ ବୋଲି କହିଛନ୍ତି । ନିର୍ମାଣ ୯ ମାସ ପୂର୍ବେ ଶେଷ ହୋଇଥିଲେ ସୁଦ୍ଧା ଉଦଘାଟନ କରାଯାଇ ନ ଥିଲା ବୋଲି ଜଣାପଡିଛି ।କୋରାପୁଟ ବିଡିଓ ସୁଶାନ୍ତ କୁମାର ବାରିକ , ଜିପିଟିଏ କାର୍ତିକ କୁଲଦୀଲ , ଏଷ୍ଟିମେଟର ଅଶୋକ ପାଣିଗ୍ରାହୀ ,ଏପିଡି(ଗ୍ରାମୀଣ ଗୃହ) ଗୈାରୀ ଶଙ୍କର ସାହୁ ,ଜିଲ୍ଲାପରିଷଦ ଉପସଭାପତି ତୁଲସି କିରାସାନି , ସଭ୍ୟା ପାର୍ବତି ମସ୍ତିଙ୍କ ସହ କେତେକ ସଭ୍ୟ /ସଭ୍ୟାମାନେ ଉଦଘାଟନୀ ଅବସରରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *