ସବୁ ଜିଲ୍ଲାର ନଦୀ ମାନଙ୍କରେ ବିସର୍ଜିତ ହେବ ଅଟଳଜୀଙ୍କ ଚିତାଭସ୍ମ ଜିଲ୍ଲା ସଭାପତି ମାନଙ୍କୁ ଦିଆଗଲା ଚିତାଭସ୍ମ କଳସ

– ଅଟଳ ଜୀ ଭାରତର ସବ ର୍ସମ୍ମତ ସାମାଜିକ ଚେତନା ଥିଲେ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୪ ଅଗଷ୍ଟ (ଓଡ଼ିଆ ପୁଅ) – ସମସ୍ତ ଦଳୀୟ ଜିଲ୍ଲା ସଭାପତି ମାନଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରା ଯିବା ସହ ଏହା ସବୁ ଜିଲ୍ଲାରେ ପବିତ୍ର ନଦୀ ମାନଙ୍କରେ ବିସର୍ଜନ କରା ଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନକହିଛନ୍ତି ଯେ ଅଟଳଜୀଙ୍କ ଚିତାଭସ୍ନ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ନଦୀ ଆଦି ପବିତ୍ର ନଦୀ ଜଳରେ ବିସର୍ଜିତ କରା ଯିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଟଳ ଜୀ ଭାରତର ସର୍ବସମ୍ମତ ସାମାଜିକ ଚେତନା ଥିଲେ। ତାଙ୍କ ସହିତ ସମଗ୍ର ଭାରତ ସମେତ ଓଡିଆ ଲୋକମାନଙ୍କର ଏକ ଭାବଗତ ସମ୍ପର୍କ ଥିଲା। ଅଟଳଜୀଙ୍କର ସଠିକ ସମ୍ମାନ ଓ ଶ୍ରଦ୍ଧାଂଜଳି ଭାରତର ପ୍ରତ୍ୟେକ ଘରେ ତାଙ୍କର ବାର୍ତ୍ତା ପହଂଚାଇଲେ ହିଁ ହେବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଦଳମତ ନିର୍ବିଶେଷରେ ରାଜନୈତିକ ନେତୃତ୍ୱ ସାମାଜିକ, ବ୍ୟକ୍ତିତ୍ୱ ତଥା ଧାର୍ମିକ ଓ ସାଧୁ ସନ୍ଥ ସମାଜ ଗୋଟିଏ ମଂଚରେ ଏକାଠି ହୋଇ ଅଟଳଜୀଙ୍କ ସ୍ମୃତି ଚାରଣ କରିବା ତାଙ୍କର ମହାନ ବ୍ୟକ୍ତିତ୍ୱର ପରିଚାୟକ।

ଅଟଳଜୀଙ୍କର କେହି ବିରୋଧୀ ନ ଥିଲେ। ତାଙ୍କ ବିଚାରଧାରାର ଦୃଢ ବିରୋଧୀ ମାନେ ମଧ୍ୟ ଏହି ବିଚାରଧାରାରୁ ବାହାରିଥିବା ଅଟଳଜୀଙ୍କର ବ୍ୟକ୍ତିତ୍ୱର ପ୍ରଶଂସକ ହେବା ତାଙ୍କର ମହାନତାକୁ ସ୍ପଷ୍ଟ କରୁଛି। ଦୀର୍ଘ ଦଶ ବର୍ଷରୁ ଉର୍ଧ କାଳ ସକ୍ରିୟ ରାଜନୀତିରୁ ଦୂରରେ ଓ ଅସୁସ୍ଥ ଥିବା ପରେ ମଧ୍ୟ ତାଙ୍କର ଦେହାବସାନ ପରେ ସମଗ୍ର ଦେଶବାସୀଙ୍କ ଭାବବିହ୍ୱଳ ଶ୍ରଦ୍ଧାଂଜଳି ଅଟଳଜୀ ଦେଶର ଲୋକଙ୍କର କେତେ ଆପଣାର ଥିଲେ ତାହା ସ୍ପଷ୍ଟ କରିଛି। ଅଟଳଜୀଙ୍କ ଓଡିଶାରେ ପ୍ରତିମୂର୍ତି ନିର୍ମାଣ ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ସେ କହିଥିଲେ ଯେ ଏହା ନିଶ୍ଚିତ ନିର୍ମାଣ କରା ଯିବା ଉଚିତ।

Leave a Reply

Your email address will not be published. Required fields are marked *