ସବୁଜ ପତ୍ରିକାଧାରୀଙ୍କ ବିକ୍ଷୋଭ ଓ ଶୋଭାଯାତ୍ରା

ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ବିଭିନ୍ନ ଦାବିରେ ପୁରୀ ଜିଲ୍ଲା ସବୁଜ ପତ୍ରିକା ମହିଳା ମହାସଂଘ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାନେତ୍ରୀ ମଜୁଂଲତା ମହାପାତ୍ରଙ୍କ ନେତୃତ୍ୱରେ ଏହି ର୍ୟାଲି ଡାକ୍ତରଖାନା ଛକ ଠାରୁ ବାହାରିଥିଲା। ଶୋଭାଯାତ୍ରାକାରୀ ମାନେ ଦାବି ନେବା ନଚେତ୍ ଗାଦି ନେବା ସ୍ଲୋଗାନ ନେଇ ଏଥିରେ ସାମିଲ ହୋଇଥିଲେ। ସବୁଜ ପତ୍ରିକାଧାରୀଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା। ଭିଆପିରୋଡ୍ ଦେଇ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିବା ପରେ ରାଜ୍ୟ ସରକାରଙ୍କ ଅଗାମୀ ବଜେଟ ଅଧିବେସନରେ ସବୁଜ ପତ୍ରକାଧାରୀମାନଙ୍କ ଦାବି ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଏହି ଦାବି ପତ୍ରରେ ଦର୍ଶାଯାଇଛି। ବାସନ୍ତୀ କାଠ, ରମାଦେବୀ ସାହୁ, ଲକ୍ଷ୍ମୀପ୍ରି୍ରୟା ସାମର୍ଥା ପ୍ରମୁଖ ଏହି ର୍ୟାଲିରେ ନେତୃତ୍ୱ ଦେଇଥିଲେ।

Leave a Reply

Your email address will not be published. Required fields are marked *