ସବୁଜ ପତ୍ରିକାଧାରୀଙ୍କୁ ପେନସନ ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଅନୁଗୋଳ,୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସବୁଜ ପତ୍ରିକାଧାରୀମାନଙ୍କୁ ପେନସନ ପ୍ରଦାନ କରିବାକୁ ଦାବୀ ନେଇ ସବୁଜ ପତ୍ରିକାଧାରୀ ଗୋଷ୍ଠୀ ଉନ୍ନୟନ ସଂଘ ପକ୍ଷରୁ ଏହାର ସଭାନେତ୍ରୀ ଉର୍ମିଳା ଗଡ଼ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସବୁଜ ପତ୍ରିକାଧାରୀ ମହିଳାମାନଙ୍କର ବିଭିନ୍ନ ସମସ୍ୟା ଓ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଲୋଚନା ହୋଇଥିଲା । ସବୁଜ ପତ୍ରିକାଧାରୀ ମହିଳାମାନେ ବିଭିନ୍ନ ସମସ୍ୟାରେ କାଳାତିପାତ କରୁଥିବାରୁ ସେମାନଙ୍କୁ ତୁରନ୍ତ ପେନସନ ପ୍ରଦାନ କରିବା ପାଇଁ ଏକ ସ୍ମାରକ ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଆଲୋଚନା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେନା ସହୃଦୟ ସହ ଏହାକୁ ଗ୍ରହଣ କରି ବିଚାରକୁ ନେବେ ବୋଲି ପ୍ରକାଶ କରିଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଗଦା ସାହୁ, କୋକିଳ ସାହୁ, ଅଞ୍ଜନା ପ୍ରଧାନ,ଅରୁଣା ପ୍ରଧାନ,କୁମର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *