Home ଜିଲ୍ଲା ପରିକ୍ରମା ସବୁଜ ଜହର ବଳୟରେ ମାଲକାନଗିରି,୯ଦିନ ମଧ୍ୟରେ ଅବକାରି ବିଭାଗ ପକ୍ଷରୁ ପୋଡାଗଲା ୪୨କୋଟି ୯ଲକ୍ଷ ଟଙ୍କାର...

ସବୁଜ ଜହର ବଳୟରେ ମାଲକାନଗିରି,୯ଦିନ ମଧ୍ୟରେ ଅବକାରି ବିଭାଗ ପକ୍ଷରୁ ପୋଡାଗଲା ୪୨କୋଟି ୯ଲକ୍ଷ ଟଙ୍କାର ଗଜେଂଇ ଗଛ

146

ମାଲକାନଗିରି,୧୭ା୧୨(ଓଡିଆ ପୁଅ ) ସବୁଜ ଜହର ବଳୟରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ବୁଡି ରହିଛି, ଏହି ସବୁଜ ଜହରକୁ ନିପାତ କରିବାପାଇଁ ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ଅପରେସନ ଗ୍ରୀନ ହେମ୍ପ ଆରମ୍ଭ କରି ଗତ ୯ଦିନମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୨କୋଟି୯ଲକ୍ଷଟଙ୍କାର ଗଜେଂଇ ଚାଷ ପୋଡି ନଷ୍ଟକରିଛନ୍ତି । ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାଅବକାରି ବିଭାଗ ଓ ନବରଙ୍ଗପୁର,ଜୟପୁର ଅବକାରୀ ବିଭାଗ ପକ୍ଷରୁ ଅପରେସନ ସବୁଜ ଜହର ଆରମ୍ଭ କରି ୯କୋଟି ୭୫ଲକ୍ଷ ରୁ ଉର୍ଦ୍ଦଟଙ୍କାର ଗଜେଂଇ ଗଛ କଟା ହୋଇ ପୋଡା ଯାଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା,ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ଦିଲୀପ ନାୟକ, ରାଜୁ ଖିତି,ଦିନେଶ କୁମାର,ସି.ଏଚ.ଖରା,ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଏସ. ମାଝି,ପି. ନାୟକ,ସୁଜାତ, ଜୁଲି ,ସରିତା ଙ୍କ ସହ ନବରଙ୍ଗପୁର ଜିଲ୍ଲା, ଜୟପୁର ଅବକାରି ବିଭାଗ ଅଧିକାରୀ ଓ କର୍ମଚାରି ମାନେ ମାଲକାନଗିରି ଥାନାସ୍ଥ ଗୋଇଗୁଡା,ମାଛିଆମ୍ବ ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୫୧ଏକର ଜମିରୁ ୬୬୩୦୦ ଟି ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟ କରିଦେଇଛନ୍ତି । ଏହି ଗଜେଂଇ ଗଛର ସରକାରି ମୂଲ୍ୟ ୬କୋଟି ୬୩ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି । ଠିକ ସେହିପରି ରବିବାରଦିନ ଚିତ୍ରକୋଣ୍ଡା ଥାନାସ୍ଥ ଡାଇକ୧, ଡାଇକ ୨, ଡାଇକ ୩ ଗ୍ରାମ ଜଙ୍ଗଲରୁ ୨୬ଏକର ଜମିରେ ବେଆଇନ ଭାବେ ହୋଇଥିବା ୩୧୨୦୦ଟି ଗଜେଂଇ ଗଛ କାଟି ପୋଡି ନଷ୍ଟକରିଦେଇ ଛନ୍ତି । ଯାହାର ସରକାରି ମୂଲ୍ୟ ୩କୋଟି ୧୨ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି ଗତ ଦୁଇଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାର ୫ଟି ସ୍ଥାନରୁ ୯କୋଟି ୭୫ଲକ୍ଷଟଙ୍କାର ବେଆନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ । ଦୁର୍ଗମ ବିଛିନ୍ନାଚଂଳର ଯେଉଁଠି ଦେଖିବ  ଶତାଧିକ ହେକ୍ଟର ଜମିରେ ଗଜେଂଇଗଛର ସବୁଜବିଷବଳୟ ଚାରିଦିଗକୁ ଘେରି ରହିଛି । ବାହର ରାଜ୍ୟର ଚୋରା ଗଜେଂଇ ମାଫିଆ ମାନେ ନିରିହ ଆଦିବାସୀଙ୍କୁ କମ ପରିଶ୍ରମରେ ଅଧିକ ରୋଜଗାର କରିବାର ପ୍ରଲୋଭନ ଦେଖାଇ ଏହି ଗଜେଂଇଚାଷ ରେ ସେମାନଙ୍କୁ ସାମିଲକରୁଛନ୍ତି । ଉନ୍ନତ ମାନର ଶିଳାବତୀ ଗଜେଂଇ ବିହନ ସାର ଚାଷର ଉପକରଣ ସେମାନଙ୍କୁ ଦେଇ ଜଙ୍ଗଲଜମି ଓ ପାହଡ ଉପରେ ବେଆଇନ ଭାବେ ଗଜେଂଇଚାଷ କରୁଛନ୍ତି । ଜିଲ୍ଲାର ଯେଉଁ ଆଡକୁ ଦେଖିବ ସବୁଜଜହର ବଳୟ, ସ୍ୱଳ୍ପ କର୍ମଚାରୀ ଙ୍କୁ ନେଇ ଜିଲ୍ଲାଅବକାରୀ ବିଭାଗ ଧିରେ ଧିରେ ଏହି ଗଜେଂଇ ଚାଷକୁ ନଷ୍ଟକରିବାକୁ ଲାଗିପଡିଛନ୍ତି ।ଗତ ମାସ ୨୪ତାରିଖରୁ ଆଜି ପର୍ଯ୍ୟନ୍ତ ୩୫୨ ଏକର ଜମିରୁ ଗଜେଂଇ ଗଛ କାଟି ପୋଡି ନଷ୍ଟକରାଯାଇଛି, ଏହାର ମୂଲ୍ୟ୪୨କୋଟି୯ଲ କ୍ଷଟଙ୍କା ହେବ,ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ନିୟମିତ ଭାବେ ଅପରେସନ ଗ୍ରୀନ ହେମ୍ପ ଚାଲୁରହିବ ବୋଲି ଜିଲ୍ଲାଅବକାରୀ ବିଭାଗ ସୁପରି ଟେଣ୍ଡେଟଂ ଶ୍ରୀ ଏ.କେ. ସେଠ୍ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.