ଜିଲ୍ଲା ପରିକ୍ରମା

ସବଳା କିଶୋରୀ ତାଲିମ ଉଦଘାଟିତ

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ ସୋସାଇଟି ଫର ଉଇକର କମୁନିଟି ଦ୍ାରା ପରିଚାଳିତ ସବଳା କିଶୋରୀ ତାଲିମ ବାଇପାସ ସ୍ଥିତ ଅଙ୍ଗନୱାଡ଼ି ଟ୍ରେନିଂ ସେଣ୍ଟର ଜିଲ୍ଲାପାଳ ଜ୍ଞାନ ରଂଜନ ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଉପଜିଲ୍ଲାପାଳ ନରୋତ୍ତମ ବେହେରା ଜିଲ୍ଲା ସମାଜମଙ୍ଗଳ ଅଧିକାରୀଣି ଆଶାଲତା ମହାନ୍ତି ଓ ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ ଓ ଜିଲ୍ଲା ମହିଳା ହିଂସା ବିରୋଧି ସୁରକ୍ଷା ଅଧିକାରିଣୀ ପ୍ରମିଳା ଦେଇ ଯୋଗଦେଇଥିଲେ। ଏହି ଅବସରରେ ଭଦ୍ରକ ଓ ବାସୁଦେବପୁର ବ୍ଲକରୁ ଆସିଥିବା ୮୦ଜଣ କିଶୋରୀ ମାନଙ୍କୁ ଜିଲ୍ଲାପାଳ ଉଦବୋଧନ ଦେଇ ଆଗାମୀ ଦିନରେ ସୁନିର୍ଭରଶୀଳା ହୋଇ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସେମାନଙ୍କୁ ଉସ୍ôାହିତ କରିଥିଲେ। ସଂସ୍ଥାର ସମ୍ପାଦିକା ତଥା ଜିଲ୍ଲା ଶିଶୁମଙ୍ଗଳ କମିଟିର ସଦସ୍ୟ ସୋଫିଆ ସେକ ସବଳା ତାଲିମର ଲକ୍ଷ୍ୟ ଉଦ୍ଦେଶ୍ୟ ଓ କାର୍ଯ୍ୟକାରତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜମଙ୍ଗଳ ଅଧିକାରୀଣି ନିଜ ବକ୍ତବ୍ୟରେ କିଶୋରୀ ଅବସ୍ଥାକୁ ସଠିକ ଭାବେ ପରିଚାଳିତ କରିପାରିଲେ ଭବିଷ୍ୟତରେ ପରିବାର ଗୋଷ୍ଠୀ ଓ ସାଧାରଣ ଜୀବନର ଗୁଣାମ୍ôକ ବିକାଶ ହୋଇପାରିବ ବୋଲି କହଇଥିଲେ। ଏହି ତାଲିମ ମାଧ୍ୟମରେ ବିଶେଷ କରି ଜୀବନ କୌଶଳ ଶିକ୍ଷା ସହିତ କିଶୋରୀ ମାନଙ୍କୁ ସ୍ୱାସ୍ଥ୍ୟ ପୃଷ୍ଟି, ପରିସ୍କାର ପରିଚ୍ଛନ୍ନତା ପ୍ରଜଜନ ଓ ଯୌନ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ସଚେତନତା କରିବା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ, ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟଳୟ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟ, ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଥାନା, ଡ଼ାକ୍ତରଖାନା, ରେଲେୱ ଷ୍ଟେସନ, ପୋଷ୍ଟ ଅଫିସ, ବ୍ୟାଙ୍କ ଆଦି କାର୍ଯ୍ୟାଳୟର ବିଷୟରେ ଧାରଣା ଦିଆଯାଏ। ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ୭ଟି ବ୍ଲକରୁ ୮ଟି ଆଇସିଡ଼ିଏସ ସେକ୍ଟରରୁ ୧୯୨୦ କିଶୋରୀ ତାଲିମ ପାଇବେ। ଶେଷରେ ସମଜସେବୀ ପ୍ରଦୀପ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରିଆଜ ଅହମ୍ମଦ, ବେନଜିର ଗାନ୍ଧୀ, ସୁଚିତ୍ର ପତ୍ରୀ, ସରସ୍ୱତୀ ମହାରଣା, ସସ୍ମିତା ରାଉତ, ସସ୍ମିତା ପ୍ରିୟଦର୍ଶିନୀ,  ମମତା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top