ସଫଲ ଆଉଟଲେଟ ସମ୍ବଲପୁରରେ ଉଦ୍ଘାଟିତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ମଦର ଡ଼େରୀ ଫ୍ରୁଟ ଏଣ୍ଡ ଭେଜିଟେବଲ୍ ଲିମିଟେଡ଼ର ପୂର୍ଣ୍ଣ ସହଯୋଗୀ ଏନଡ଼ିଡ଼ିବିର ଫ୍ରୁଟ ଏଣ୍ଡ ଭେଜିଟେବଲ ଉପକ୍ରମ ‘ସଫଲ’ ପକ୍ଷରୁ ସମ୍ବଲପୁରରେ ଏହାର ରିଟେଲ ଆଉଟଲେଟ ଖୋଲାଯାଇଛି। ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ସଫଲର ଆଉଟଲେଟକୁ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଆଜି ଉଦ୍ଘାଟନ କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ସଞ୍ଜୀବ ଆରୋରା, ମଦର ଡ଼େରୀ ଫ୍ରୁଟ ଏଣ୍ଡ ଭେଜିଟେବଲ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଖାନା, ଏନ୍ଡ଼ିଡ଼ିବିର ଚେୟାରମେନ ଦିଲ୍ଲୀପ ରଥ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ସତେଜ ଫଳ, ପନିପରିବା, ଧାରା ଖାଇବା ତେଲ ଏବଂ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦନ ଯୋଗାଇ ଦେଉଥିବା ସଫଲ ଏହି ଆଉଟଲେଟକୁ ମିଶାଇ ସମ୍ବଲପୁର ସହରରେ ୬ଟି ରିଟେଲ ଆଉଟଲେଟ ଖୋଲିଛି।

Leave a Reply

Your email address will not be published. Required fields are marked *