ସପ୍ତମ ବତେନ କମିଶନ ସୁପାରିଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବସରପ୍ରାପ୍ତ କର୍ମଚାରୀଙ୍କ ଦାବିପତ୍ର

ଖଇରା, ୭.୬.୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅବସରପା୍ରପ୍ତ କର୍ମଚାରୀ ସଂଘ ତରଫରୁ କୁପାରୀ ଶୂନ୍ୟ ମଣ୍ଡପ ପରିସରରେ ରତିକାନ୍ତ ନାୟକଙ୍କ ସଭାପତିତ୍ୱରେ ମାସିକିଆ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତ୍ର ସଂପାଦନ ମଣ୍ଡଳିର ରାଧାଶ୍ୟାମ ପଣ୍ଡା, ଉପସଭାପତି ସୁରେନ୍ଦ୍ର ନାଥ ବଳବନ୍ତରାୟ, ଦେବେନ୍ଦ୍ର କୁମାର ରାଉତ, କର୍ଯ୍ୟକାରୀ ସଂପାଦକ ବାସୁଦେବ ପଣ୍ଡା, ସହସଂପାଦକ ପ୍ରଭାତ କୁମାର ଜେନା, ସଂଗଠନ ସଂପାଦକ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ଗୋଲକ ନାୟକ, ହିସାବ ନିରୀକ୍ଷକ ବାସୁଦେବ ପଣ୍ଡା ଓ ଭଗବାନ ସାହୁ, ଉପଦେଷ୍ଟା ମଣ୍ଡଳିର ପ୍ରଫୁଲ୍ଲ କୁମାର ବେହେରା, ଅର୍ଜୁନ ବେହେରା, ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ୦୧.୦୧.୨୦୧୬ରୁ ସପ୍ତମ ବେତନ ସୁପାରିସ ଅନୁଯାଇ ବର୍ଦ୍ଦିତ ପେନସନ ପ୍ରଦାନ କରାଯାଇଥିଲେହେଁ ଶିକ୍ଷା ବିଭାଗର ଶିକ୍ଷକ, ଶିକ୍ଷୟତ୍ରୀ ଓ ଶକ୍ଷାକର୍ମଚାରୀ ମାନଙ୍କୁ ଏଥିରୁ ବଂଚିତ କରାଯାଇଛି। ୦୧.୦୧.୨୦୧୬ ପରିବର୍ତ୍ତେ ବର୍ଦ୍ଦିତ ପେନସନ ପ୍ରଦାନ ୦୧.୧୦.୨୦୧୭ରୁ ଲାଗୁ କିବାପାଇଁ ସରକାର ଚିଠି କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଉକ୍ତ ବର୍ଦ୍ଦିତ ପେନସନ ୨୦୧୬ ଜାନୁୟରି ପହିଲାରୁ ପ୍ରଦାନ କରିବାପାଇଁ ସଭାରେ ଦାବି କରାଯାଇଥିଲା। ପୂର୍ବରୁ ୫ମ ଓ ୬ଷ୍ଠ ବେତନ ପେନସନ ସହିତ ବକେୟା ପେନସନ ରାଶି ଦିଆଯାଇଥିଲା। ବର୍ତ୍ତମାନ ଏଦିଗରେ ଅର୍ଥ ବିଭାଗ ବାଧକ ସାଜିଛି। ଏଭଳି ପାତର ଅନ୍ତର ନୀତିରୁ କ୍ଷାନ୍ତ ରହିବାକୁ ସଂଘ ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ତୂ୍ରନ୍ତ ହସ୍ତକ୍ଷେପ କରି ଏ ସମସ୍ୟାର ସମାଧାନ କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ସଂଶୋଧିତ ବକେୟା ପେନସନ ୦୧.୦୧.୨୦୧୬ ରୁ ପ୍ରଦାନ କରବାପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ କୁପାରୀ ଶାଖାର ସାଧାରଣ ସଂପାଦାକ ଶତୃଘନ ଦାସ ଦୃଢଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *