ସପନ ଯେନା ସ୍ମାରକୀ କ୍ରିକେଟ ଚରମ୍ପା ଏକାଡେମୀ ୫ ଉଇକେଟରେ ବିଜୟୀ

ଭଦ୍ରକ,୧୬ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବାଗୁରାଇ ସ୍ଥିତ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ପଡିଆରେ ଚାଲିଥିବା ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ଭଦ୍ରକର ସୂର୍ଯ୍ୟଶିଖା କ୍ଲବ ଓ ଚରମ୍ପାର ଚରମ୍ପା କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ସୂର୍ଯ୍ୟଶିଖାକୁ ଚରମ୍ପା ଏକାଡେମୀ ୫ ଉଇକେଟରେ ପରାସ୍ତ କରିଛି । ସୂର୍ଯ୍ୟଶିଖା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ ୧୭୨ ରନ କରିଥିଲା । ଦଳ ପକ୍ଷରୁ ସେକ୍ ଆଜାର ଅଲ୍ଲୀ ୪୨ ରନ କରିଥିଲେ । ଚରମ୍ପା ଏକାଡେମୀ ପକ୍ଷରୁ ମୃଣ୍ମୟ ତ୍ରିପାଠୀ ୪ଟି ଉଇକେଟ ନେଇଥିଲେ । ୧୭୩ରନ୍ର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚରମ୍ପା ଏକାଡେମୀ ୧୭.୩ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ମୃଣ୍ମୟ ତ୍ରିପାଠି ୧୭ଟି ବଲ୍ ଖେଳି ସର୍ବାଧିକ ୪୭ ରନ କରିଥିଲେ । ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚକୁ ବିଜୟ ରାୟ ଓ ଉପେନ୍ଦ୍ର ବେହେରା ଅମ୍ପାୟାର ଭାବେ ପରିଚାଳନା କରିଥିଲେ । ଆସନ୍ତାକାଲି ୟୁନିକ ଇଲେଭେନ ଭଦ୍ରକ ଓ ବାଲେଶ୍ୱର ଅଲ୍ରାଉଣ୍ଡର ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *