ଖେଳ

ସପନ ଯେନା ସ୍ମାରକୀ କ୍ରିକେଟ ଡିଏଲ ନିୟମରେ ୟୁନିକ ଇଲେଭେନ ଭଦ୍ରକ ଚମ୍ପିୟାନ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବାଗୁରାଇ ସ୍ଥିତି ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ପଡିଆରେ ଚାଲିଥିବା ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ଭଦ୍ରକର ୟୁନିକ ଇଲେଭେନ ବାଲେଶ୍ୱରର ୟୁ ଆଣ୍ଡ ମି ଦଳକୁ ୧୩ ରନରେ ପରାସ୍ତ କରି ଚଳିତ ବର୍ଷ ଚମ୍ପିୟାନ ହୋଇଛି। ଟସ୍ ଜିତି ୟୁନିକ ଇଲେଭେନ ଫିଲ୍ଡିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ୟୁ ଆଣ୍ଡ ମି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୩୫ ରନ କରିଥିଲା। ଦଳ ପକ୍ଷରୁ ସର୍ବେଶ୍ୱର ମହାନ୍ତି ୨୫ଟି ବଲ୍ ଖେଳି ସର୍ବାଧିକ ୬୮ ରନ କରିଥିଲେ। ଭଦ୍ରକ ପକ୍ଷରୁ ଅଭିଷେକ ନାୟକ ୩ଟି ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ୟୁନିକ ଇଲେଭେନ ୧୮.୩ଟି ବଲ୍ ଖେଳି ୩ ଉଇକେଟ ହରାଇ ୨୧୮ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ମ୍ୟାଚକୁ ଡି.ଏଲ ପଦ୍ଧତିର ସାହାରା ନିଆ ଯାଇଥିଲା। ଏଥିରେ ୟୁନିକ୍ ଇଲେଭେନକୁ ୧୮.୩ ଓଭର ସୁଦ୍ଧା ୨୦୫ରନର ଆବଶ୍ୟକ ଥିବା ବେଳେ ଦଳ ଅଧିକ ୧୩ ରନ କରିସାରିଥିଲା ଫଳରେ ଦଳ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲା। ୟୁନିକ ଇଲେଭେନ ପକ୍ଷରୁ ଧୂଆଁଦାର ବ୍ୟାଟିଂ କରିଥିଲେ ସେକ୍ ସଲ୍ମାନ। ସେ ୨୩ଟି ବଲରେ ୮୪ ରନ କରିଥିଲେ। ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଇଂ ଦୀପକ ସାମଲ, କାଉନସିଲର ଦେବବ୍ରତ ମହାନ୍ତି, ସମାଜସେବୀ କାର୍ତ୍ତିକ ଗୁଡିଆ ଯୋଗ ଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବକୁ ସ୍ୱାଧୀନ ସୁନ୍ଦର ଦାସ ସଂଯୋଜନା କରିଥିଲେ। ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଓ ସ୍କୋରର ଭାବେ ଅସିତ ଦାସ କାର୍ଯ୍ୟ ନିର୍ବାହ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଦେବକାନ୍ତ ଜେନା, ସନ୍ତୋଷ ନାୟକ, ବ୍ରଜେଶ୍ୱର ପୃଷ୍ଟି, ଦୁର୍ଗାଶଙ୍କର ଜେନା, ଆଲୋକ ଶତପଥି, ସୁଦର୍ଶନ ମିଶ୍ର, ପଙ୍କଜ ସାହୁ, ସରୋଜ ବେଜ, ସତ୍ୟାନନ୍ଦ କବାଟ, ନରେଶ ବେହେରା, ସୁଶାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top