ସପନ ଯେନା ସ୍ମାରକୀ କ୍ରିକେଟ : ୟୁନିକ୍ ଇଲେଭେନ୍ ଭଦ୍ରକ ଫାଇନାଲରେ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାଗୁରାଇ ହାଇସ୍କୁଲ ପଡିଆରେ ଚାଲିଥିବା ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ୟୁନିକ୍ ଇଲେଭେନ୍ ଭଦ୍ରକ ବନାମ ଚରମ୍ପା ଏକାଡେମୀ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ୍ ଜିଣି ୟୁନିକ ଇଲେଭେନ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ଏହି ଖେଳରେ ଚରମ୍ପା ଏକାଡେମୀ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ୍ ବିନିୟମରେ ୨୦୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବ୍ରଜେଶ୍ୱର ପୃଷ୍ଟି ଅପରାଜିତ ୩୫ ବଲ୍ ଖେଳି ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିଲେ । ୟୁନିକ୍ ଇଲେଭେନ୍ ପକ୍ଷରୁ ସେକ୍ ସଲମାନ ସର୍ବାଧିକ ୨ ୱିକେଟ୍ ନେଇଥିଲେ । ଏହାର ଜବାବରେ ୨୦୧ ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ୟୁନିକ୍ ଇଲେଭେନ୍ ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟକୁ ୧୯.୪ ବଲ୍ରେ ୭ ୱିକେଟ୍ ହରାଇ ସଂଗ୍ରହ କରିବା ସହ ଫାଇନାଲକୁ ଉନ୍ନୀତ ହୋଇଛି । ଦଳ ପକ୍ଷରୁ ମଜାକିର ଅଲ୍ଲୀ ୩୪ ବଲ୍ ଖେଳି ଅପରାଜିତ ୬୬ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଏକାଡେମୀ ପକ୍ଷରୁ ସନ୍ତୋଷ ପରିଡା ସର୍ବାଧିକ ୩ ଟି ୱିକେଟ୍ ନେଇଥିଲେ ।  ଆଜିର ମ୍ୟାଚକୁ ଅମ୍ପାୟାର ଭାବେ ବଳରାମ ଦାସ ଓ ଉପେନ୍ଦ୍ର ବେହେରା ପରିଚାଳନା କରିଥିଲେ । ଆସନ୍ତା ରବିବାର ଦିନ ବାଲେଶ୍ୱରର ୟୁ ଏଣ୍ଡ ମି ଏବଂ ୟୁନିକ୍ ଇଲେଭେନ୍ ଭଦ୍ରକ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *