ସପନ ଯେନା ସ୍ମାରକୀ କ୍ରିକେଟ ୟୁନିକ ଇଲେଭେନ କେନ୍ଦୁଝର ବିଜୟୀ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାଗୁରାଇ ସ୍ଥିତ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ପଡିଆରେ ଚାଲିଥିବା ସପନ ଯେନା ସ୍ମାରକୀ କ୍ରିକେଟର କ୍ୱାର୍ଟରଫାଇନାଲ ମ୍ୟାଚରେ କେନ୍ଦୁଝରର ୟୁନିକ ଇଲେଭେନ ଦଳ ୬ଉଇକେଟରେ ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ୟୁନିକ ଇଲେଭେନ ଓ ଭଦ୍ରକର ଜେସିସି କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ୟୁନିକ ଇଲେଭେନ ବୋଲିଂ କରିଥିଲା । ଜେସିସି ବ୍ୟାଟିଂ କରି ୧୪.୩ ଓଭରରେ ୧୦୧ ରନ କରି ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଜିତେନ୍ଦ୍ର ଭୋଇ ସର୍ବାଧିକ ୫୧ ରନ କରିଥିବା ବେଳେ ୟୁନିକ ଇଲେଭେନ ପକ୍ଷରୁ ପଙ୍କଜ ସେନାପତି ୪ଟି ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ୟୁନିକ ଇଲେଭନେ ୧୩ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ୧୦୨ ରନ କରି ବିଜୟୀ ହେବା ସହ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ୟୁନିକ ଇଲେଭେନ ପକ୍ଷରୁ ପଙ୍କଜ ସେନାପତି ୨୮ ରନ କରିଥିଲେ । ପଙ୍କଜଙ୍କ ଅଲ୍ରାଉଣ୍ଡର ଖେଳ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମ୍ୟାଚକୁ ସତ୍ୟାନନ୍ଦ କବାଟ ଓ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ । ଆରଜି ମ୍ୟାଚରେ ବରି୍େଠ ପୁଲିସ ଅôଧକାରୀ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ୟୁନିଟ ଇଲେଭେନ ଓ ବାଲେଶ୍ୱରର ୟୁ ଆଣ୍ଡ ମି ଦଳ ସହିତ ଖେଳାଯିବ ।

Leave a Reply

Your email address will not be published. Required fields are marked *