ଖେଳ

ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୟୁନିକ ଏକାଦଶ ବିଜୟୀ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବାଗୁରାଇ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେଉଥିବା ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ ବାଲେଶ୍ୱର ଅଲ୍ରାଉଣ୍ଡର ଓ ଭଦ୍ରକର ୟୁନିକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବାଲେଶ୍ୱର ଦଳକୁ ୟୁନିକ ଏକାଦଶ ୫ ଉଇକେଟରେ ପରାସ୍ତ କରିଛି। ଟସ୍ ଜିତି ଅଲ୍ରାଉଣ୍ଡର ଦଳ ଜତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ରନ କରିଥିଲା। ଦଳ ପକ୍ଷରୁ ନିର୍ଭୀଶଙ୍କର ବେହେରା ଧୂଆଁଦାର ଖେଳ ଖେଳି ମାତ୍ର ୨୯ଟି ବଲ୍ ଚିତ୍ତାକର୍ଷକ ୭୯ ରନ କରିଥିଲେ। ୟୁନିକ ଏକାଦଶ ପକ୍ଷରୁ ସଞ୍ଜୟ ଜେନା ୩ଟି ଉଇକେଟ ନେଇଥିଲେ। ୧୭୩ରନ ପିଛା କରି ୟୁନିକ ଏକାଦଶ ମଧ୍ୟ ଆକର୍ଷଣୀୟ ଖେଳ ଖେଳି ୧୫ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦଳ ପକ୍ଷରୁ ମୋଜାକିର ଅଲ୍ଲୀ ୨୩ ବଲ୍ରେ ୬୫ ରନ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଜିର ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ଉପେନ୍ଦ୍ର ବେହେରା ପରିଚାଳନା କରିଥିଲେ। ବ୍ରଜେଶ୍ୱର ପୃଷ୍ଟି, ସୁଦର୍ଶନ ମିଶ୍ର, ରଞ୍ଜିତ ବାରିକ, ଅତିସ ଦାସ, ଦୀପକ ସାହୁ, ସରୋଜ ବେଜ, ତାପଜ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ୟୁନିକ ଇଲେଭେନ କେନ୍ଦୁଝର ଜଗନ୍ନାଥ କ୍ରିକେଟ କ୍ଲବ ଭଦ୍ରକ ମଧ୍ୟରେ ମ୍ୟାଚ ଖେଳାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top