ଓଡ଼ିଶା

ସନ୍ତୋଷ ବିରେନ୍ଦ୍ର ସିଂଙ୍କ ବିୟୋଗରେ ରାଜ୍ୟ ବିଜେପିରେ ଗଭୀର ଶୋକ

ଭୁବନେଶ୍ୱର ତା, ୨୦/୦୨ (ଓଡ଼ିଆ ପୁଅ): ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ବିରେନ୍ଦ୍ର ସିଂଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓଙ୍କ ସମେତ ଓବିସି ମୋର୍ଚ୍ଚାର ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।

ଶ୍ରୀ ସିଂ ଜଣେ ଯୁବ ଆଇନଜିବୀ ସହ ଜଣେ ସାମାଜିକ କର୍ମୀ ଭାବେ ବୋଲଗଡ ଅଂଚଳରେ ବେଶ୍ ଜଣାଶୁଣା। ବହୁ ସାମାଜିକ ସଂଗଠନରେ ସେ ସଂଶ୍ଳିଷ୍ଟ ଥିଲେ। ସେ ଭାରତୀୟ ଜନତା ପାର୍ଟିର ଜିଲ୍ଳା ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ, ଜିଲ୍ଳା ଆଇନ୍ ପ୍ରକୋଷ୍ଠର ଆବାହକ ଓ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଦାୟିତ୍ୱକୁ ସଫଳଭାବେ ନିର୍ବାହକରି ଚଳିତ ଅବଧିର ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ତାଙ୍କର ଅକାଳ ବିୟୋଗରେ ସମସ୍ତେ ମର୍ମାହତ ବୋଲି ତାଙ୍କୁ ଜାଣୁଥିବା ରାଜ୍ୟର ବହୁନେତା ପ୍ରକାଶ କରିଛନ୍ତି। ଗତ ରାତିରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top