ସନ୍ତରଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ, ୨୭ା୦୫(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲା କ୍ରିଡା ସଂସଦ ଓ ଜିଲା ସନ୍ତରଣ ସଙ୍ଘର ମିଳିତ ଆନୁକୁଲ୍ୟରେ ବୌଦ୍ଧ ସହର ମହାନଦୀ ପାର୍କ ଘାଟଠାରେ ଆରମ୍ଭ ହୋଇଥିବା ସନ୍ତରଣ ପ୍ରଶିକ୍ଷଣ ଶିବିର ଗତ କାଲି ଉଦଯାପିତ ହୋଇଯାଇଛି। ଶିବିରରେ ଜିଲାର ୪୦ଜଣ ବାଳକ ଓ ବାଳିକା ସନ୍ତରଣ କାରୀ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ। ଜାତୀୟ ମାଷ୍ଟର ସନ୍ତରଣ କାରୀ ଶିବନାରାୟଣ ଦାସ ସନ୍ତରଣ ବିତ୍ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଜାତୀୟ ମାଷ୍ଟର ସନ୍ତରଣକାରୀ ରବିନାରାୟଣ ବେହେରା ସନ୍ତରଣ କାରୀମାନଙ୍କୁ ସନ୍ତରଣ ଶିକ୍ଷା ପ୍ରଦାନ କରିଥିଲେ। ଆସନ୍ତା ୨୭ଓ୨୮ରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟାନାୟକ ସୁଇମିଙ୍ଗପୁଲ ଠାରେ ହେବାକୁଥିବା ୫୯ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ବୌଦ୍ଧ ଜିଲାର ସନ୍ତରଣ କାରୀ ସବଜୁନିୟର, ଜୁନିୟର, ଗୃପ୧ ଓ ସିନିୟର ବିଭାଗରେ ଭାଗନେବା ପାଇଁ ଏକ ଦଳ ଭୁବନେଶ୍ୱର ଗସ୍ତକରିବେ ବୋଲି କ୍ରିଡା ସଂସଦର ସଂପାଦକ ତଥା ଜିଲା ସନ୍ତରଣ ସଙ୍ଘର ସମ୍ପାଦକ ରବିନ୍ଦ୍ର କୁମାର ରାଉତ ଏକ ପ୍ରେସ୍ ବିଜ୍ଞପ୍ତି ରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *