ଅନୁଗୁଳ

ସନ୍ଦେହ ଘେରରେ ନିମିତିରି-ବଙ୍କା ପଳସା ରାସ୍ତାର ଶିଳାନ୍ୟାସ ଫଳକ ସ୍ଥାପନ କରି ଲୋକଙ୍କୁ ଭୂଆଁ ବୁଲା ଯାଉଥିବାର ଅଭିଯୋଗ

ଅନୁଗୋଳ, ୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ୪ତାରିଖରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ନିମିତିରି ଠାରୁ ବଙ୍କା ପଳସା ରାସ୍ତାର ଶିଳାନ୍ୟାସ କରିଛନ୍ତି ମାନ୍ୟବର ଆଠମଲ୍ଲିକ ବିଧାୟକ ସଞ୍ଜିବ ସାହୁ। ତେବେ ଶିଳାନ୍ୟାସ ଫଳକରେ ବ୍ୟୟ ଅଟକଳ କଥା ଉଲ୍ଲେଖ କରାଯାଇ ନଥିବାରୁ ଏହାର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଗ୍ରାମବାସୀ। ପୂର୍ବରୁ ବିଧାୟକ ମହାଶୟ ବହୁ ବାର ଉକ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ବି ଉକ୍ତ ରାସ୍ତାର ଉନ୍ନତିକରଣ ହୋଇପାରିନି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଏପରିସ୍ଥଳେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏପରି ଏକ ଫଳକ ସ୍ଥାପନ କରାଯାଇ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଯାଉଥିବାର ଆଲୋଚନା ହେଉଛି। ବର୍ଷ ବର୍ଷ ଧରି ବହୁ ଗ୍ରାମବାସୀ ଉକ୍ତ ରାସ୍ତା ଉପରେ ଦୈନିକ ଯାଆସ କରୁ ଥିବାବେଳେ ବିପର୍ଯ୍ୟସ୍ତ ରାସ୍ତା ଉପରେ କେବଳ ନିର୍ବାଚନ ବେଳେ କାହିଁକି ନଜର ପଡ଼ୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top