ଜିଲ୍ଲା ପରିକ୍ରମା

ସଦାବର୍ତ୍ତ ମଠରେ ନୂତନ ବିଗ୍ରହ ପ୍ରତିଷ୍ଠା

ଭଦ୍ରକ,୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଭଦ୍ରକର ଐତିହାସିକ ପୀଠ ସଦାବର୍ତ୍ତ ମଠରେ ନବନିର୍ମିତ ବିଗ୍ରହ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାଧାକୃଷ୍ର, ମା’ ମହାଲକ୍ଷ୍ମୀ, ଓ ଶ୍ରୀରାମ, ଲକ୍ଷ୍ମଣ ସୀତାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି । ଆରମ୍ଭ ହୋଇଥିବା ଏହି ଉସôବରେ ଆଖପାଖ ଅଂଚଳ ସମେତ ଜିଲାର ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା । ରବିବାର ସକାଳୁ କଳସ ଶୋଭାଯାତ୍ରା ପରେ ମହାଯଜ୍ଞ ଆରମ୍ଭ ହୋଇଥିଲା । ପରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ପ୍ରଭୁ ନାରାୟଣ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେହିପରି ଗତକାଲି ଏହି ସଦାବର୍ତ୍ତ ମଠରେ ଦିନ ତମାମ୍ ପ୍ରସାଦ ସେବନ କାର୍ଯ୍ୟ ଚାଲୁ ରହିଥିଲା । ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ଅପରାହ୍ନ ୪  ଘଟିକା ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସଂପନ୍ନ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top