ଜିଲ୍ଲା ପରିକ୍ରମା

ସଦର ଥାନା ପକ୍ଷରୁ ଗାଡ଼ିମଟର ଯାଞ୍ଚ

ଯାଜପୁର-୧୮/୫(ଓଡିଆ ପୁଅ/ଏ.ରାଉତ)- ଯାଜପୁର ସଦର ଥାନା ଅଞ୍ଚଳରେ ବାରମ୍ବାର ରାସ୍ତା ଦୁର୍ଘଟଣାମାନ ଘଟି ଧନଜୀବନ କ୍ଷୟକ୍ଷତି ଘଟୁଥିବାରୁ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶମତେ ଯାଜପୁର ସଦର ଥାନା ପକ୍ଷରୁ ବୁଧବାର ଦିନ ଗାଡ଼ିମଟର କାଗଜପତ୍ର ଯାଞ୍ଚକୁ ତ୍ୱରାନ୍ୱିତ କରାଯାଇଛି। ବିଶେଷକରି ଯାଜପୁର ରାସ୍ତା, ବରୁଆଁ ବରୀ ରାସ୍ତା, ବରୁଆଁ କୁଆଖିଆ ରାସ୍ତାମାନଙ୍କରେ ଯୁବପୀଢ଼ିମାନେ ବିନା ହେଲମେଟ୍ରେ ଦ୍ରୁତଗତିରେ ବାଇକ୍ ଚାଳନା କରି ବିଭିନ୍ନ ଜାଗାରେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ସେହିପରି ଉକ୍ତ ରାସ୍ତାଦେଇ ଯାଉଥିବା ବସ୍, ଟ୍ରକ୍, କାର ଓ ଭାରୀଯାନଗୁଡ଼ିକ କ୍ଷୀପ୍ର ଗତିରେ ଯାଇ ଡ୍ରାଇଭରମାନେ ବେପରୁଆଭାବେ ଗାଡ଼ି ଚାଳନା କରୁଥିବାରୁ ପ୍ରତି ସପ୍ତାହରେ ରାସ୍ତା ଦୁର୍ଘଟଣାମାନ ଘଟୁଛି। ଯଦ୍ୱାରା ବହୁ ନିରୀହ ଲୋକ ଏହି ରାସ୍ତା ଦୁର୍ଘଟଣାର ଶିକାର ହେଉଛନ୍ତି। ଗାଡ଼ି ଚାଳକ ଓ ସାଧାରଣ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ହେଲମେଟ୍ ପିନ୍ଧି ରାସ୍ତା ଦୁର୍ଘଟଣାରୁ ନିଜକୁ ବଞ୍ଚାଇବା ସହ ଅନ୍ୟର ଜୀବନକୁ ରକ୍ଷା କରିବାରେ ସହାୟକ ହେବାପାଇଁ ବୁଧବାର ଦିନ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ମଲ୍ଲଙ୍କ ନିର୍ଦ୍ଦେଶମତେ ଥାନାଧିକାରୀ ମନୋରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବରୁଆଁ ଛକଠାରେ ହେଲମେଟ୍ ଓ ବାଇକ୍ର କାଗଜପତ୍ର ଯାଞ୍ଚ କରାଯାଇଥିଲା। ବିନା ହେଲମେଟ୍ ଓ କାଗଜପତ୍ର ନଥିବା ବାଇକ୍ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଏ.ଏସ୍.ଆଇ. ବିପିନ କୁମାର ସାହୁ, ଚନ୍ଦନ ମହାନ୍ତି ଓ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଯାଞ୍ଚ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top