ସତ୍ୟ ସାଇବାବାଙ୍କ ୯୨ତମ ଜୟନ୍ତି ପାଳିତ

କୋରାପୁଟ;ତା୨୩-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସତ୍ୟ ସାଇ ସେବା ସମିତି ପକ୍ଷରୁ ସତ୍ୟ ସାଇବାବାଙ୍କ ୯୨ତମ ଜୟନ୍ତି ପାଳିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ସତ୍ୟସାଇ ମନ୍ଦିରରେ ଡିଭାଇନ ପତାକା ଉତୋଳନ କରାଯିବା ସହ ଏକ ଶୋଭାଯାତ୍ରା ବାହାରି ସହର ପରକ୍ରମା କରା ଯାଇଥିଲା ।ଏତଦ ବ୍ୟତୀତ ମାଗଣା ପ୍ରସାଦ ସେବନ ସହ ଗରିବ ଲୋକଙ୍କୁ ଲୁଗା,କମ୍ବଳ ବଂଟନ ହୋଇଥିଲା । ସତ୍ୟ ସାଇ ସେବା ସମିତି ସଂଯୋଜକ ଜେ.ରାମଚନ୍ଦ୍ର ରାଓ, ଲଳିତ ମୋହନ ପଟ୍ଟନାୟକ,ଡି.କ୍ରିଷ୍ନା ରାଓ,ସନ୍ତୋଷ ରାୟ,ଡି.ମାଲେଶ୍ୱର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *