ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

କଳାହାଣ୍ଡି- ୧୫/୦୪ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କାଲୋପଲାସ୍ଥିତ ସତ୍ୟସାଇ ଭଜନ ମଣ୍ଡଳୀ ଠାରେ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ସାଇ ସଞ୍ଜୀବନୀ ଯୋଜନାରେ ଅମୃତବିନ୍ଦୁ କାର୍ଯ୍ୟକ୍ରମ ଅନୁସାରେ ସମଗ୍ର ଜିଲ୍ଲାରେ ଏଭଲି ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଥିବା ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପ୍ରକାଶ । ସତ୍ୟସାଇ ସେବା ସଙ୍ଗଠନର କଳାହାଣ୍ଡି ଜିଲ୍ଲା ସଭାପତି ପ୍ରତାପ ମହାନ୍ତି ଏବଂ ଜିଲ୍ଲା ଯୁବ ସଂଯୋଜକ ଆର୍ତତ୍ରାଣ ପଣ୍ଡା ଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ସତ୍ୟସାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା ପୂର୍ବକ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଲୋପଲା ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ଆବାହକ ପ୍ରଦୀପ ଚଲାନ, ଲିଙ୍ଗରାଜ ସାହୁ,ବଳଭଦ୍ର ମାଝୀ, ମସ୍ତରାମ ମାଝୀ,ଚମାର ରାଉତ ପ୍ରମୂଖ ସହେଯାଗ କରିଥରବା ବେଳେ ଧର୍ମଗଡ ସମିତି ଆବାହକ ତୁଳାରାମ ସାହୁ ପରିଚାଲନା କରିଥିଲେ । ମହିଚଲା ସତ୍ୟସାଇ ଭଜନମଣ୍ଡଳୀ ପକ୍ଷରୁ ସଂଯୋଜକ ହରିହର ପଣ୍ଡା ପ୍ରମୂଖ ସହଯୋଗ କରିଥିବା ବେଳେ ଏହି ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି । ସଂପ୍ରତି ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ରକ୍ତ ମିଳିପାରୁନଥିବା ବେଳେ ରକ୍ତ ପାଇଁ ଅନେକ ରୋଗୀ ମୃତୁ୍ୟ ମୁଖରେ ପଡୁଥିବା ଦେଖାଯାଉଛି । ଏଭଲି ଅଭାବନୀୟ ପରିସ୍ଥିତିରେ ରକ୍ତଦାନ କରିବାକୁ ସାଇ ସେବା ସଙ୍ଗଠନ ପକ୍ଷରୁ ଆୟୋଜନ କରାଯାଉଥିବା ହେତୁ ବୁଦ୍ଧିଜୀବି ମହଲରେ ସେମାନଙ୍କୁ ପ୍ରଶଂସା କରାଯାଉଛି । ଏହି ରକ୍ତଦାନ ଶିବିରରେ ଭବାନୀପାଟଣା ସକ୍ତ ଭଣ୍ଡାର ପକ୍ଷରୁ ଟେକନିସିଆନ ମାନେ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ ।

Leave a Reply

Your email address will not be published. Required fields are marked *