ସତ୍ୟମେବ ଜୟତେ ୟୁଥ୍ କ୍ଲବ୍ ତରଫରୁ ଗରିବ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପର୍ଞ୍ଚାତର କୋପାଳ ଗ୍ରାମରେ ଗରିବ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେବଳ ନିଜ ବୃତ୍ତି ବା ପରିବାର ମଧ୍ୟରେ ନିଜର କାର୍ଯ୍ୟଧାରାକୁ ସୀମିତ ନକରି ସମାଜପାଇଁ କିଛି କରିବାର ଲକ୍ଷ ତଥା ନିସ୍ୱାର୍ଥପର ସେବା ମନୋବୃତ୍ତି ନେଇ ଜଗତସିଂହପୁର ଜିଲ୍ଳାର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କୋପାଳ ଗ୍ରାମରେ ଗଢିଉଠିଛି ସତ୍ୟମେବ ଜୟତେ ୟୁଥ୍ କ୍ଲବ୍। କିଛି ସମଭାବାପନ୍ନ ଯୁବକଙ୍କୁ ନେଇ ଗଠିତ ଏହି ୟୁଥ୍ କ୍ଲବ୍ର ସଦସ୍ୟ ମାନେ ପ୍ରବଳ ଶୀତପ୍ରବାହକୁ ଲକ୍ଷ୍ୟକରି ନିଜ ଗ୍ରାମ କୋପାଳ ସମେତ ଗରାମ, ଧମିଲୋ, ତୁରୁଖା, ଅଇରି, ଖଣ୍ଡକୋପାଳ, ଅଲଣା, ଅଲଣାମଠ, ତୁଳସୀପୁର, ଶ୍ରୀରାମପୁର, ନରୁଆ, ରତନପୁର, ସାରୋଳ, ବଣଦୁର୍ଗା ଏବଂ ଅଲ୍ଲାପୁର ପ୍ରଭୃତି ୧୫ ଟି ଗ୍ରାମର ୨୩ ଜଣ ଅସହାୟ ଏବଂ ଗରିବ ଶ୍ରେଣୀର ବୃଦ୍ଧ/ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ଏହି ମହତ କାର୍ଯ୍ୟପାଇଁ ସମାଜସେବୀ ବେନେନ୍ଦୁ ସୁନ୍ଦର ଦାସ, ମହେନ୍ଦ୍ର ପଣ୍ଡା ଏବଂ ଉଇଲସନ ଭୋଳ ପ୍ରମୁଖ ଆର୍ଥୀକ ସହାୟତା ଯୋଗାଇଥିବା କ୍ଲବ୍ର ସଭାପତି ଦେବାଶିଷ ପଣ୍ଡା ଓ ସଂପାଦକ ବିଭୂସୁନ୍ଦର ଦାସ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ର ଉପ-ସଭାପତି ଜଗନ୍ନାଥ ମଲ୍ଳିକଙ୍କ ସମେତ ବୁବୁନା, ସ୍ୱଦେଶ, ଦୀପକ, ଆଶିଷ, ପିଣ୍ଟୁ, ତୁଷାର, ବୁଟୁନା, ଦିଲ୍ଳୀପ, ରତନ, ସାଗର, ସଂଗ୍ରାମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିପୂର୍ବରୁ ମଧ୍ୟ ସଂଗଠନ ତରଫରୁ ବୃକ୍ଷରୋପଣ ଓ ସଫେଇ ପ୍ରଭୃତି କାର୍ଯ୍ୟ ବିଭିନ୍ନ କୋପାଳ ଓ ଏହାର ଆଖପାଖ ଅଞ୍ଚଳରେ କରାଯାଇଥିବା ବେଳେ ଅଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରିରହିବ ବୋଲି ସଂଗଠନର ଉପଦେଷ୍ଠା ଶଶାଙ୍କ ଶେଖର ପଣ୍ଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *