ଓଡ଼ିଶା

ସତ୍ୟଭାମାପୁରରେ ମଧୁବାବୁଙ୍କୁ ଶ୍ରଦ୍ଧା ସୁମନ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – ମଧୁବାବୁଙ୍କ ଜୀବନ ଆଦର୍ଶ ନୂଆ ଓଡିଶା ଗଠନର ଭିତିଭୂମି ହେଉ

 

ଭୁବନେଶ୍ୱର, ୦୪ ଫେବୃଆରୀ (ଓଡ଼ିଆ ପୁଅ)– ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ଠାରେ ତାଙ୍କର ୮୪ତମ ପୁଣ୍ୟ ତିଥିରେ ଶ୍ରଦ୍ଧା ସୁମନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଧୁବାବୁଙ୍କ ଜୀବନ ଆଦର୍ଶ ନୂଆ ଓଡିଶା ଗଠନର ଭିତିଭୂମି ହେଉ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି।

ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ କରିବାର ପ୍ରମୁଖ ସେନାନୀ ତଥା ଓଡିଶାର ଭାଷା, ସଂସ୍କୃତି, ସ୍ୱାଭିମାନ ଓ ପରମ୍ପରାକୁ ଦେଶରେ ସର୍ବୋଚ୍ଚ ସ୍ଥାନକୁ ନେଇଥିବା ମଧୁବାବୁଙ୍କ ଜନ୍ମ ସ୍ଥାନରେ ପହଂଚିଥିବା କାରଣରୁ ଓଡିଆ ଭାବେ ନିଜକୁ ଧନ୍ୟ ମନେ କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି।

ପାଖା ପାଖି ଦୁଇ ଶତାବ୍ଦୀ ପରେ ବି ମଧୁ ବାବୁଙ୍କ ପ୍ରେରଣା ଆଜିର ଯୁବ ପୀଢୀକୁ ସାମାଜିକ କାମରେ ଲାଗି ରହିବାକୁ ପ୍ରେରଣା ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ମଧୁବାବୁଙ୍କ ଉପଯୁକ୍ତ ସ୍ମୃତିରକ୍ଷା ହୋଇ ପାରି ନ ଥିବା ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଏ ସମ୍ବନ୍ଧରେ ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗ ସହ ଆଲୋଚନା କରିବେ ଓ ମଧୁ ବାରିଷ୍ଟରଙ୍କ ସ୍ମୃତି ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ।

୧୮ ବର୍ଷ ମୁଖ୍ୟମନ୍ତ୍ରୀତ୍ୱ ପରେ ବି ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମ ମାଟିକୁ ଆସି ନ ଥିବା ସମ୍ପର୍କିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି େ ଯ ସେ ସମାଲୋଚନା କରିବାକୁ ନୁହେଁ, ମଧ୍ୟୁବାବୁଙ୍କ ବ୍ୟକ୍ତିତ୍ୱରୁ ପ୍ରେରଣା ନେବାକୁ ଏହି ପୁଣ୍ୟ ମାଟିକୁ ଆସିଛନ୍ତି ବୋଲି କହିଛନ୍ତି।

ପୂର୍ବରୁ ରାଜଭବନ ସାମନାରେ ଶ୍ରୀ ପ୍ରଧାନ ମଧୁବାବୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି କୋର୍ଟରେ ମଧୁବାବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ ବ୍ରିଟିଶଙ୍କ କବ୍ ଜାକୁ ବିରୋଧ କରି ଗଜପତି ମହାରାଜଙ୍କ ତରଫରୁ ମାମଲା ଲଢିଥିବା କହି ମଧୁବାବୁ ଓଡିଆ ସ୍ୱାଭିମାନର ପ୍ରତୀକ ବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top