ସତ୍ୟବାଦୀର ସତ୍ୟବାଦୀ

– ଦେବପ୍ରସାଦ ମିଶ୍ର
ବିଦ୍ୟାଳୟରେ ପାଠପଢ଼ିଲା ଦିନଠାରୁ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଯୁବାବସ୍ଥାରେ ମ୍ୟାଟି୍ରକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପୁରୀ କଲେକ୍ଟୋରେଟ୍ରେ କିରାଣୀ ଚାକିରୀରେ ସ୍ଥାୟୀତ୍ୱ ହୋଇ ହଠାତ୍ ଚାକିରୀରୁ ଇସ୍ତ‘ା ଦେଇ ଉତ୍କଳମଣିଙ୍କ କର୍ମସ୍ଥଳୀ ସତ୍ୟବାଦୀକୁ ଏକ ମୁହାଁହୋଇ ଗୋଟିଏ ଶଗଡ଼ର ପଛ ଦଣ୍ଡାକୁ ଧରି ଚାଲି ଚାଲି ପଳେଇ ଆସିଥିଲେ। ସେହି ଯୁବକଟିର ନାମ ସତ୍ୟବାଦୀ ତ୍ରିପାଠୀ। ପିଲାଦିନେ ତାଙ୍କ ନିଜ ଗ୍ରାମ କଣାସର ତ୍ରିଲୋଚନପୁରଠାରେ ପାଠପଢ଼ିଲାବେଳେ ସେହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶେଷ ପରୀକ୍ଷାରେ ତିନିବର୍ଷ ମାସିକ ବୃତ୍ତି ଲାଭକରି ଭୁବନେଶ୍ୱର ମ୍ମଇଂରାଜୀ ବିଦ୍ୟାଳୟରେ ପାଠପଢ଼ି ସେଠାରୁ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ୧୯୧୨-୧୫ ମସିହାରେ ପୁରୀ ଜିଲ୍ଲା ସ୍କୁଲର ଛାତ୍ର ରୂପେ ଉତ୍କଳ ବ୍ରାହ୍ମଣ ସମିତି ଛାତ୍ରାବାସରେ ରହି ପାଠ ପଢୁଥିଲେ। ସେତେବେଳେ ଗୋପବନ୍ଧୁ ସେହି ଛାତ୍ରାବାସ ପାଖରେ ରହି ଓକିଲାତି କରୁଥିଲେ। ଅଧିକାଂଶ ବେଳେ ଗୋପବନ୍ଧୁ ଛାତ୍ରାବାସକୁ ଆସି ପିଲାଙ୍କୁ ଘରର ଅବସ୍ଥା, ପାଠପଢ଼ାରେ କ’ଣ ଅସୁବିଧା ହେଉଛି ପଚାରିବୁଝି ଜୀବନରେ ଏ ପାଠପଢ଼ା ପରେ ଭବିଷ୍ୟତରେ କ’ଣ ସବୁ କରିବ ବୋଲି କହିଥାନ୍ତି। ପ୍ରକୃତରେ ପିଲାଟି ସତ କହୁଛି କି ନାହିଁ ଜାଣିବା ପାଇଁ ଦୁଇ ତିନିଥର ଏପରି ଆସି ଛାତ୍ରାବାସରେ ପିଲାଙ୍କ ଖାଇବା ପିଇବାଠାରୁ ଗାଁରେ ତାଙ୍କ ଘର ଖବର ମଧ୍ୟ ବୁଝନ୍ତି। ଥରେ ଗୋପବନ୍ଧୁ କହିଲେ, ସତ୍ୟବାଦୀ ତୁମ ଗ୍ରାମରେ ତ ତୁମ ନନା, ବୋଉ, ଭାଇଭଉଣୀ ଚଳିବାକୁ ଅସୁବିଧା, ତୁମେ କ’ଣ ଲୋକ ସେବା କରିପାରିବ, ମୁଁ ନିଶ୍ଚେ ଆମ ଲୋକଙ୍କର ସେବା କରିବାରେ ମନ ଦେବ। ଆପଣ ଯେତେବେଳେ ମତେ ଡାକିବେ କି କାହା ହାତରେ ଖବର ଦେଲେ ମୁଁ ଆପଣଙ୍କ ପାଖେ ପହଞ୍ଚିବି। ଗୋପବନ୍ଧୁ କହିଥିଲେ– ସମୟ ଆସୁ, ମୁଁ ତୁମ ସାହାଯ୍ୟ ନେବି।

୧୯୧୬ ମସିହାରେ ସତ୍ୟବାଦୀ ମାଟି୍ରକ୍ୟୁଲେସନ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ। ଉଚ୍ଚ ଶିକ୍ଷା ପାଇଁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ସେତେବେଳେ କଟକ ଯାଇ ସେଠାରେ ରେଭେନ୍ସା କଲେଜରେ ନାମ ଲେଖାଇ ପଢ଼ିବାକୁ ତାଙ୍କ ନନାଙ୍କର ସାମର୍ଥ୍ୟ ନଥିଲା, ତେଣୁ ବାଧ୍ୟହୋଇ ପାଖରେ ଖଣ୍ଡେ କେଉଁଠି ଚାକିରୀ ଖଣ୍ଡେ ପାଇବା ପାଇଁ ଉଦ୍ୟମ କଲେ, ଯାହାହେଉ ପୁରୀର ଜଣେ ବଙ୍ଗାଳୀ ଓକିଲ ତାଙ୍କୁ ପୁରୀ କଲେକ୍ଟୋରେଟ୍ରେ ଚାକିରୀ ପାଇଁ କଲେକ୍ଟରଙ୍କ ପାଖୁ ଦରଖାସ୍ତ ଲେଖିବା ପାଇଁ କହିଲେ। ସେ କଲେକ୍ଟରଙ୍କୁ ଦରଖାସ୍ତ ଦେବା ପରେ ତାର ଦୁଇଦିନ ପରେ କଲେକ୍ଟର ସତ୍ୟବାଦୀଙ୍କୁ ଦପ୍ତରକୁ ଡାକିଲେ, କହିଲେ ଏ ଦରଖାସ୍ତ ତୁମର, ସତ୍ୟବାଦୀ କହିଲେ ହଁ, ଜିଲ୍ଲାପାଳ କହିଲେ–ମୋରି ସମ୍ମୁଖରେ ବସି ଦରଖାସ୍ତ ଖଣ୍ଡେ ଲେଖିଦିଅ। ନିଜେ ଖଣ୍ଡେ କାଗଜ ଓ ପେସ୍କାରଙ୍କ କଲମରେ ଲେଖିବାକୁ କହିବାରୁ ସତ୍ୟବାଦୀ ସେହିଠାରେ ଠିଆଠିଆ ପେସ୍କାରଙ୍କ ଶିରସ୍ତା ଡେସ୍କ ପଟା ଉପରେ ଦରଖାସ୍ତ ଟିଏ ଲେଖି ବଢ଼ାଇଦେଲେ। କଲେକ୍ଟର ଦୁଇପହରରେ ଦପ୍ତର ନିରୋଳା ହେଲେ ଆସିବାକୁ କହିଲେ, ଆଉ କ’ଣ ଛାତ୍ରାବାସକୁ ଯିବେ, ସେହି ଅମଲାମାନଙ୍କ ସହ କଥାବାର୍ତ୍ତାରେ ମଜିଗଲେ। କିଛି ସମୟ ପରେ ହାକିମ ପେସ୍କାରଙ୍କୁ ଡାକି ସତ୍ୟବାଦୀଙ୍କ କଥା ପଚାରିବାରୁ ସତ୍ୟବାଦୀ ହାକିମଙ୍କ ଦପ୍ତରକୁ ପଶିବା ମାତ୍ରେ ସାହେବ ଗୋଟେ ନାଲି ବସ୍ତାନୀ ମ୍ମରୁ ଦୁଇଟା ଦରଖାସ୍ତ ତାଙ୍କ ହତାକୁ ବଢ଼ାଇ ଦେଇ କହିଲେ–ଏ ଦରଖାସ୍ତରେ ଏ ଲୋକ କ’ଣ ଲେଖିଛି? ମତେ ତା’ ଉପରେ ନୋଟ ଦିଅ। ସତ୍ୟବାଦୀ ହାକିମଙ୍କ ଠାରୁ ଦୁଇ ମିନିଟ୍ ସମୟ ମାଗି ସବୁ କଥା ହାକିମ ବୁଝିପାରିବା ଭଳି ନୋଟଟିଏ ଦେଲେ। ହାକିମ ତାକୁ ପଢ଼ିସାରିବା ପରେ ସତ୍ୟବାଦୀଙ୍କୁ ତୁମେ ଆଜିଠାରୁ ଚାକିରିରେ ଯୋଗଦେଲ କହି ପେସ୍କାର ବାବୁଙ୍କୁ ତାଙ୍କ ପାଇଁ ଯାଗା ଓ ଟୁଲ୍ ଡେସ୍କ ଆଦି ଦେଇ ଏହିଠାରେ ଦୈନିକ ଆସି କାମ କରିବାକୁ ଅନୁମତି ଦେଇଦେଲେ। ସେହି ଅନୁଯାୟୀ ସତ୍ୟବାଦୀ ରେଭିନ୍ୟୁ ଜମିବାଡ଼ି ବିଭାଗରେ କିରାଣୀ ଚାକିରୀରେ ସରକାରୀ ଚାକିରୀରେ ମୁତୟନ ହେଲେ। ସତ୍ୟବାଦୀ ହଠାତ୍ ଯାଇ ଦିନକ ଭିତରେ କେମିତି ଚାକିରୀ ପାଇଲେ, ତାର ଉତ୍ତରରେ ତାଙ୍କ ଦରଖାସ୍ତର ଲେଖାର ଶୈଳୀ ଓ ଇଂରାଜୀ ଶବ୍ଦର କେଉଁଠି କିପରି ବ୍ୟଭହାର ହୋଇଥାଏ ଏବଂ ତାଙ୍କ ଯୁକ୍ତାକ୍ଷର ବା ହ୍ୟାଣ୍ଡରାଇଟିଂ ଓ ତୁରନ୍ତ ଉପସ୍ଥିତି ବୁଦ୍ଧି ପ୍ରୟୋଗକରି ସାଧାରଣ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ନୋଟ୍ ଦେଲେ ସେଥିପାଇଁ ତାଙ୍କୁ ଚାକିରୀରେ ମୁତୟନ କରାଗଲା ବୋଲି ଅନ୍ୟମାନଙ୍କୁ କୁହାଗଲା।

କିଛିଦିନ ମଧ୍ୟରେ ସତ୍ୟବାଦୀ ହାକିମଙ୍କ ଦପ୍ତରରେ ବହୁତ ଲୋକ ପ୍ରିୟ ହେଲେ। ଯେ କେହି ମଳିମୁଣ୍ଡିଆ, ଗାଉଁଲି ଲୋକ ଗଲେ, ସତ୍ୟବାଦୀ ସେ ଲୋକର ସବୁ କାମ କରିଦେଉଥାନ୍ତି। ସେତିକିବେଳେ ସତ୍ୟବାଦୀ ସ୍ଥାନୀୟ କଚେରୀରେ ଅମଲା ସଂଘର କ୍ଲବ “ଜଗନ୍ନାଥ କ୍ଲବ’ର ସମ୍ପାଦକ ପଦରେ ମନୋନୀତ ହୋଇ କ୍ଲବର ରଙ୍ଗମଞ୍ଚରେ କାମପାଳ ମିଶ୍ରଙ୍କ “ସୀତାବିବାହ’ ଓ ଗୋଦାବରିଶ ମିଶ୍ରଙ୍କ “ମୁକୁନ୍ଦଦେବ’ ଏବଂ ବଙ୍ଗଳାର ବହୁ ପ୍ରସିଦ୍ଧ ନାଟକ ସବୁକୁ ଓଡ଼ିଆରେ ଅନୁବାଦକରି ନିଜେ ସେହି ନାଟକରେ “ପରଶୁରାମ’, “ମୁକୁନ୍ଦଦେବ’ ପ୍ରଭୃତି ଭୂମିକାରେ ଅଭିନୟକରି କଚେରୀରେ ତାଙ୍କ ସହକର୍ମୀ ଓ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କର ଅତ୍ୟନ୍ତ ପ୍ରିୟ ହୋଇପଡ଼ିଲେ। ସେତିକିବେଳେ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଶ୍ରୀ ପତିତପାବନରେ “ଜାରାଶବର’ ଭୂମିକାରେ ମଧ୍ୟସେ ଅଭିନୟ କରିଥିଲେ। ୧୯୧୭ରେ ସରକାରୀ ଚାକିରୀରେ ସ୍ଥାୟୀ ହୋଇଗଲେ।

ସେତବେଳକୁ ଗୋପବନ୍ଧୁ ବିହାର-ଓଡ଼ିଶା କାଉନସିଲ୍ର ସଭ୍ୟ ହୋଇଥାନ୍ତି। ସେତବେଳକୁ ଗୋପବନ୍ଧୁଙ୍କର ନାମ ଚାରିଆଡ଼େ ପ୍ରଚାର। ହଠାତ୍ ଦିନେ ଗୋପବନ୍ଧୁ ପୁରୀର ଏମାର ମଠ ମହନ୍ତ ମହାରାଜଙ୍କ ପାଖୁ େ‘ରିବାବେଳେ ସତ୍ୟବାଦୀ ଗୋପବନ୍ଧୁଙ୍କୁ ରାସ୍ତାରେ ଦେଖି ଓଳିଗିି କଲାବେଳେ, ଗୋପବନ୍ଧୁ ଆଶ୍ଚର୍ଯ୍ୟ ହୋଇ କହିଲେ–ହଜିଲା ବଳଦ ହାତ ପାଆନ୍ତାରେ! ଗୋପବନ୍ଧୁ ତାଙ୍କୁ ଆଶୀର୍ବାଦ କରି କହିଲେ–ସତ୍ୟବାଦୀ କ’ଣ କଥା ଦେଇ କଥା ଭୁଲିଗଲ? ସତ୍ୟବାଦୀ କହିଲେ–ଆପଣଙ୍କ ଆଦେଶକୁ ଅପେକ୍ଷା କରିଛି, ମୋ ପାଇଁ କ’ଣ ନିର୍ଦ୍ଦେଶ? ମୋ ସହିତ ଏମାର ମଠ ମହନ୍ତଙ୍କ ପାଖୁ ଚାଲ ସେହିଠାରେ ତୁମକୁ କ’ଣ କରବାକୁ ହେବ କହିବି। ଦୁହେଁ ଯାଇ ମହନ୍ତ ମହାରାଜ ଗଦାଧର ରାମାନୁଜ ଦାସଙ୍କ ସଙ୍ଗେ କଥାବାର୍ତ୍ତା କରି ସେଠାରେ ମହନ୍ତଙ୍କର ନୀଳାଚଳ ପୁରୁଷୋତ୍ତମ ପ୍ରେସ୍ର ଖଣ୍ଡେ ଛୋଟ ହ୍ୟାଣ୍ଡ ପ୍ରେସ୍କୁ ସତ୍ୟବାଦୀ ନେବା ପାଇଁ କହିଲେ ଏବଂ ତାଙ୍କରି ହାତରେ ଟଙ୍କା ଥଳିଧରାଇ ଦେଇ ଚାଲିଗଲେ। ସବୁ ଠିକ୍ ହେଲାପରେ ସତ୍ୟବାଦୀ କଚେରୀ ଯାଇ ଖଣ୍ଡେ ଇସ୍ତ‘ଫା ପତ୍ର ଲେଖି ହାକିମଙ୍କ ପେସ୍କାରଙ୍କୁ ଦେଇ ସିଧାସିଧା ଆସି, ଦୋଳମଣ୍ଡପ ସାହିର ଜଣେ ଶଗଡ଼ିଆ ତାଙ୍କର ଦେଖିଲା ଭଳିଆ ହଳେ ବଳଦ ଓ ଗାଡ଼ି ଖଣ୍ଡେ ଥିଲା। ତାଙ୍କୁ ସବୁକଥା କହି ମେସିନ୍ ଓ ଅକ୍ଷର କିଛି ସତ୍ୟବାଦୀ ସାକ୍ଷୀଗୋପାଳଙ୍କ ପାଖକୁ ନେବାକୁ ଭଡ଼ା ଯିବା ଆସିବା ବାଟରେ ଚୁଡ଼ା, ମୁଢ଼ୀ ଓ ବଳଦଙ୍କ ଖାଇବା ଆଦି କଥା ଛିଡ଼େଇ ନିଜର ଖଣ୍ଡେ ଚାଦର ହଳେ ପୁରୁଣା ଖଦଡ଼ ଲୁଗା କିଛି ଜିନିଷ ଛାତ୍ରବାସରୁ ଆଣି ସବୁ ଶଗଡ଼ରେ ଲଦିବାବେଳେ କଚେରୀର ସହକର୍ମୀ ଓ ଅନ୍ୟ କେତେ ଲୋକ ତାଙ୍କୁ ଚାକିରୀଟା ପୁଣି ସରକାରୀ, ଭବିଷ୍ୟତରେ ଆଉ ଦି ଅକ୍ଷର ପଢ଼ିଲେ ଖୁସିରେ ଦିପୋଟି ବା ମାଜିଷ୍ଟ୍ରେଟ୍ ଚାକିରି ମିଳିବ। ଉଜ୍ଜ୍ୱଳ ଭବିଷ୍ୟତକୁ ନିଜେ ଜାଣିଶୁଣି ନଷ୍ଟ କରିବାକୁ ଯାଉଛ, ଆଦି ଅନେକ କଥା ସାଙ୍ଗ ଓ ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ପାଇଲେ। ତେଣେ କଲେକ୍ଟର ସତ୍ୟବାଦୀଙ୍କ ଇସ୍ତଫ‘ା ପତ୍ରରେ ଗୋପବନ୍ଧୁଙ୍କ ନାମ ଦେଖି ଦରଖାସ୍ତକୁ ସିଧା ତାଙ୍କ ଉପର ହାକିମଙ୍କ ପାଖୁ ପଠାଇଦେଲେ। ଶଗଡ଼ ସତ୍ୟବାଦୀରେ ପହଞ୍ଚିôଲା ପରେ ସେଠାରେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଆଚାର୍ଯ୍ୟ ହରିହର, ରାମଚନ୍ଦ୍ର ରଥ ଶିକ୍ଷକ ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ଠାରୁ ସବୁ ଖବର ଜାଣିବାକୁ ପାଇଲେ। ସକାଳେ ଆଚାର୍ଯ୍ୟ ମହାଶୟ ସେ ହ୍ୟାଣ୍ଡ ପ୍ରେସ୍ରେ କିପରି ଛପା ଓ କେତେ ଛପା କି ପ୍ରକାରର କାଗଜ ଲାଗିବ ଆଦି ବହୁ ଖବର ସଂଗ୍ରହ ପରେ ସତ୍ୟବାଦୀଙ୍କୁ କହିଲେ-ତୁମର ଚଳିବାରେ ଦରମାପତ୍ରରେ କିଛି ଅସୁବିଧା ହେବ ନାହିଁ। ସବୁ ଦାସେ ଆପଣେ ବୁଝିଦେବେ। ତୁମେ ମନକୁ ଥୟକରି ଧୈର୍ଯ୍ୟର ସହ ରହିଲେ ହେଲା। ସେହିଦିନଠାରୁ ସତ୍ୟବାଦୀ ପତ୍ରିକାର ଛପା ପାଇଁ କୃପାସିନ୍ଧୁ ମିଶ୍ରଙ୍କ ସହିତ ପରାମର୍ଶ କରି ପ୍ରଥମ ଛାପା ପାଇଁ ବ୍ୟବସ୍ଥା କଲେ। ସତ୍ୟବାଦୀ କହନ୍ତି ଯେଉଁଦିନ ହ୍ୟାଣ୍ଡ ପ୍ରେସ୍ଟା ଚାଲିଲା ସେଦିନ କାହିଁ କେତେ ଯେ, ଲୋକ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସେଠାରେ ଏ ଛାପା ମେସିନ୍କୁ ଦେଖିବା ପାଇଁ ଆସିଥିଲେ ସେ କଥା ମନେ ପକାଇ ବହୁ କଥା କହନ୍ତି। ପ୍ରଥମ ଖଣ୍ଡ ଛାପା ପରେ ପରେ ସତ୍ୟବାଦୀ ସେହି ପ୍ରେସ୍ର ପ୍ରଥମ ପରିଚାଳକ ହେଲେ। ଗୋପବନ୍ଧୁ ପ୍ରେସ୍ଟିକୁ ସତ୍ୟବାଦୀ ଗୋପୀନାଥଙ୍କ ନାମରେ ତାର ନାମ ସତ୍ୟବାଦୀ ପ୍ରେସ୍ ରଖିଲେ ଏବଂ ସତ୍ୟବାଦୀଙ୍କୁ ତାଙ୍କ ପ୍ରାଇଭେଟ୍ ସେକ୍ରେଟାରୀ କରି ଦୁହେଁ ସତ୍ୟବାଦୀ ପତ୍ରିକା ଛାପା ବେଳେ ଏକାଠି ସେଇ ଯାତ୍ରୀନିବାସରେ ରହନ୍ତି। କାଳେ ଛାପାବେଳ କିଛି ତ୍ରୁଟି ରହିବ। ରାତି ଯାକ ପୁଲାଙ୍ଗ ତେଲ ଦୀପରେ ସବୁ ଲେଖାପଢ଼ା, ଚିଠି ପଢ଼ା ଓ ପତ୍ର ପ୍ରେରକଙ୍କୁ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କ’ଣ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ତାର ଡିକ୍ଟେସନ୍ ଗୋପବନ୍ଧୁଙ୍କ ଠାରୁ ନିଅନ୍ତି। ଗୋପବନ୍ଧୁଙ୍କ କାଉନ୍ସିଲର୍ କାର୍ଯ୍ୟ କରନ୍ତି। ଶିକ୍ଷକ ଅଭାବବେଳେ ସତ୍ୟବାଦୀ ବନବିଦ୍ୟାଳୟର ପିଲାଙ୍କୁ ମଧ୍ୟ ପଢ଼ାନ୍ତି। ଆଚାର୍ଯ୍ୟ ମହାଶୟଙ୍କ ପରାମର୍ଶରେ ପିଲାଙ୍କୁ ନୀତିଶିକ୍ଷା, ନୈତିକ ମୁଲ୍ୟବୋଧ, ମାନବିକତା, ମଣିଷପଣିଆ, ନ୍ୟାୟ-ଅନ୍ୟାୟ, ଧର୍ମ-ଅଧର୍ମ, ପିତାମାତା, ଗୁରୁଜନଙ୍କୁ ଭକ୍ତି ଆଦି ଶିକ୍ଷା ଦେବା ପାଇଁ ସେହି ସତ୍ୟବାଦୀ ପ୍ରେସ୍ର ବଳକା ରଦି ରଫ୍ କାଗଜରେ ଚାରିପୃଷ୍ଠିଆ ବହି ଯଥା ମୋ ନନା, ମୋ ବୋଉ, ମୋ ନାନୀ, ଜଣାଣ, ସତ୍ୟର ଜୟ, ବାଡ଼ିରେ ଚାଷ ଆଦି ପୁସ୍ତିକା ଲେଖି ପିଲାଙ୍କ ମଧ୍ୟରେ ବାଣ୍ଟନ୍ତି ତାର ସାରକଥା ନିଜ ଭିତରେ ଓ ପରିବାରର ଅନ୍ୟମାନଙ୍କୁ ବୁଝାନ୍ତି। ସତ୍ୟବାଦୀଙ୍କ ପରି ଆଉ ଜଣେ ଯୁବକ ସାକ୍ଷୀଗୋପାଳ ଓ ପୁରୀ ଷ୍ଟେସନ୍ରେ ଯାତ୍ରୀଙ୍କର ଗଣ୍ଠିଲା ବୋହି କୁଲିଗିରି କରି ମ୍ୟାଟି୍ରକ୍ ପାଶ୍ ପରେ କିରାଣୀ ଚାକିରୀ କରିଥିବା ବେଳେ ତହସିଲ ବା ରେଭିନ୍ୟୁ ବିଭାଗରେ ଲୋକଙ୍କ କାମକରି ହାତ ଗୁଞ୍ଜାର ପ୍ରତିବାଦକରି ଚାକିରୀରୁ ଇସ୍ତଫ‘ା ଦେଇ ଆସି ନୀଳକଣ୍ଠ ଦାସଙ୍କ ପାଖରେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟ କରୁଥାନ୍ତି। ଦୁହେଁ ଏକାଠି ବନବିଦ୍ୟାଳୟରେ ଛାତ୍ରମାନଙ୍କୁ ନିଜେ କିପରି ସ୍ୱାବଲମ୍ବନଶୀଳ ହୋଇ ପର ଉପରେ ନିର୍ଭର ନକରିବାର ଉପାୟ ବତାଇ ତାକୁ କାର୍ଯ୍ୟରେ ପରିଣତକରି ଦେଖାଉଥାନ୍ତି। ସେ ଦୁଇଜଣ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ସାଙ୍ଗେ ମିଶି ପାଖ ଗ୍ରାମଗୁଡ଼ିରେ ଚଷା, ଭୋଇ, ଙଣ୍ଡାରୀ, କଣ୍ଡରା, ବାଉରୀ ସବୁ ସେତବେଳର ଅଛୁଅାଁ ଲୋକଙ୍କୁ ଏକଜୁଟକରି ସେମାନଙ୍କ ବିଭିନ୍ନ ଗ୍ରାମରେ ସମବାୟ ଭିତ୍ତିରେ ଚାଷ, ମାଛ ଚାଷ, ଆଦି ଆରମ୍ଭକରି ସେମାନଙ୍କୁ ପର ଉପରେ ନିର୍ଭର ନକରି ନିଜ ପରିଶ୍ରମରେ ଉଚିତ ମାର୍ଗରେ ପରିବାର ପୋଷଣ ପାଇଁ ଶିକ୍ଷାଦେଇ ସେଇମାନଙ୍କ ସଙ୍ଗେ ପାଖ ଗ୍ରାମରେ ବିଲବାଡ଼ିରୁ ହିଡ଼ ଉଠାଇ ସାରୁ ଓ କଦଳୀ ଚାଷକରି ଗାଁ ଗାଁରେ ଛୁଅାଁ-ଅଛୁଅାଁ ଭେଦଭାବକୁ ଦୂର କରିବାରେ ଲାଗିଲେ। ଏଥିପାଇଁ ସାହାଯ୍ୟ ଦରକାର ପଡ଼ିଲେ ନିଜେ ଗୋପବନ୍ଧୁ, ଆଚାର୍ଯ୍ୟ ମହାଶୟଙ୍କୁ ସାଥିରେ ନେଇ ଗାଁ ହିଡ଼ ଉପରେ ତାଙ୍କୁ ବସାଇ ସଭାସମିତି ମାନ କରୁଥିଲେ। ଧୀରେ ଧୀରେ ସତ୍ୟବାଦୀ ଅଞ୍ଚଳରେ ଲୋକପ୍ରିୟ ହୋଇପଡ଼ିଲେ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ରାସପୂର୍ଣ୍ଣମୀରେ ପାଖ ରଙ୍ଗଣୀ ସାହିର ପିଲାମାନଙ୍କୁ ରାସ ଶିଖାଉଥିଲେ।

ଧୀରେ ଧୀରେ ଗୋପବନ୍ଧୁ ସେହି ସତ୍ୟବାଦୀ ପ୍ରେସ୍ରୁ ସାପ୍ତାହିକ “ସମାଜ’ ଖଣ୍ଡିଏ ପାଇଁ ଯେତେବେଳେ ମନକଥା କହିଲେ–ସେତେବେଳେ ପ୍ରଚାରକ ଅନନ୍ତ ମିଶ୍ର, ସତ୍ୟବାଦୀ ଓ ରାମଚନ୍ଦ୍ର, ଆଚାର୍ଯ୍ୟ ମହାଶୟ ପତ୍ରିକାର ନାମ “ସମାଜ’ ରଖିବାକୁ ପ୍ରସ୍ତାବ ଦେବାପରେ ନୀଳକଣ୍ଠ, କୃପାସିନ୍ଧୁ ଏଥିରେ ସହମତି ଜ୍ଞାପନ କରି ତାଙ୍କର ସହିତ କାମରେ ଲାଗିପଡ଼ିଲେ। ସେତବେଳକୁ ଗୋପବନ୍ଧୁଙ୍କ ପରାମର୍ଶରେ ମିଶର ବା ଇଜିପ୍ଟର ସ୍ୱାଧୀନତା ଉପରେ ଫିରିଙ୍ଗି, ଯବନ ଆଦି ଛୋଟ ଛୋଟ ପ୍ରବନ୍ଧ ଲେଖି ତାଙ୍କୁ ଏକାଠି କରି ବହି ଖଣ୍ଡିଏ ଲେଖିଥିଲେ। ଅନୁବାଦର ଉପକାରିତା ସାହିତ୍ୟରେ ତାର ପ୍ରଭାବ ସମ୍ପର୍କରେ ପ୍ରଥମେ “ବାଣୀ’ ନାମକ ସାହିତ୍ୟ ପତ୍ରିକାରେ ପ୍ରକାଶ କରିଥିଲେ। ୧୯୧୯ ଦଶମି ଦଶହରା ଦିନ “ସମାଜ’ ସାପ୍ତାହିକର ଜନ୍ମଦିନ ସିଂହଭୂମିରୁ ସରକାରୀ ଚାକିରି ଛାଡ଼ି ଆସିଥିବା ରାଧାନାଥ ରଥଙ୍କୁ ପ୍ରେସ୍ ପରିଚାଳକ ଦାୟିତ୍ୱ ଦେଇ ସତ୍ୟବାଦୀ ବନ ବିଦ୍ୟାଳୟରେ ସହକାରୀ ଶିକ୍ଷକ ବନ ବିଦ୍ୟାଳୟର ଲାଇବ୍ରେରୀ ଓ ସମବାୟ ସମିତିର ଦାୟିତ୍ୱ ନେଲେ।

କିନ୍ତୁ ୧୯୨୦ ବେଳକୁ କଂଗ୍ରେସର ଆନ୍ଦୋଳନ ଓ ତା’ ସହିତ ଅସହଯୋଗ ଆନ୍ଦୋଳନରେ ସତ୍ୟବାଦୀ ବନ ବିଦ୍ୟାଳୟ ଏହାର ପ୍ରମୁଖ ଭୂମିକା ଗ୍ରହଣ କରିବାରୁ ସତ୍ୟବାଦୀ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ସତ୍ୟବାଦୀ ତାଙ୍କ ନିଜ ଗ୍ରାମ ତ୍ରିଲୋଚନପୁର କଣାସ ଥାନା ଅଞ୍ଚଳରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ରଙ୍କ ପାଠପଢ଼ାରେ ସମୟ ଦେଉଥିଲେ। ଆନ୍ଦୋଳନର ପ୍ରଥମଭାଗ ୧୯୨୧-୨୨ରେ ଗୋପବନ୍ଧୁ ବାବୁ ନିଜେ କଣାସ ଯାଇ ସେଠାରେ ଗୋଟେ ସଭାକରି ସେଠାରେ “କଣାସ ଲୋକସଭା’ ନାମରେ ଗୋଟେ ଅନୁଷ୍ଠାନ ଗଢ଼ିଲେ ଏବଂ ଏହାର ସମସ୍ତ ଗଠନମୂଳକ କାର୍ଯ୍ୟ ସତ୍ୟବାଦୀଙ୍କ ଉପରେ ନ୍ୟସ୍ତ କରିଦେଲେ। ସେଠାରେ ସତ୍ୟବାଦୀ ଆଠବର୍ଷ କାଳ “କଣାସ ଲୋକସଭା’ର ସେକ୍ରେଟାରୀ ରୂପେ ଦାୟିତ୍ୱ ତୁଳାଇଥିଲେ। ସେହି ସମୟ ମ୍ମରେ ସତ୍ୟବାଦୀ ତତ୍କାଳୀନ “ଜିଲ୍ଲା ବୋର୍ଡ’ର ସଭ୍ୟ ରୂପେ ଦୁଇ ଦୁଇଥର ନିର୍ବାଚିତ ହୋଇ ୬ ବର୍ଷ କାଳ ରହି କଣାସ ପରି ଏକ ଅନୁନ୍ନତ ଅଞ୍ଚଳରେ ପ୍ରଥମେ ଗୋଟେ ପ୍ରାଥମିକ ବିଦ୍ୟାଳୟ ବିଭନ୍ନ ସ୍ଥାନରେ କୂଅ, ଗ୍ରାମ ସମିତି ଗଠନ, ରାସ୍ତା ଓ ବନ୍ଧ ବହୁ ନିର୍ମାଣ କାମ ସାଙ୍ଗକୁ ଆଖପାଖ ପିଲାମାନେ କିପରି ଗାଁ ପାଖରେ ରହି ପାଠପଢ଼ିବେ ସେଥିପାଇଁ ସେହି କଣାସ ଥାନା ହେଡ୍ କ୍ୱାର୍ଟର ଠାରେ ସେହି ଲୋକସଭାର ନିଷ୍ପତି କ୍ରମେ ଏକ ଉଚ୍ଚ ଇଂରେଜୀ ବିଦ୍ୟାଳୟ ସ୍ଥାପନ ଉଦ୍ଦେଶ୍ୟରେ ଏକ ମାଇନର୍ ସ୍କୁଲ୍ ଆରମ୍ଭ କରାଯାଇଥିଲା ଏବଂ କେବଳ ମୁଷ୍ଟି ଭିକ୍ଷାଦ୍ୱାରା ଚାରିବର୍ଷ ଧରି ପରିଚାଳିତ ହେବା ପରେ ସେଠାରେ ହାଇସ୍କୁଲ୍ର ଅଷ୍ଟମ ଶ୍ରେଣୀ ଉଦ୍ଘାଟିତ ହୋଇଥିଲା। ଗାଁ ଗହଳରେ ଉତ୍ପାଦିତ ଦ୍ରବ୍ୟକୁ ବିକିବା ପାଇଁ ଗୋଟେ ହାଟ ଏବଂ ଜିଲ୍ଲା ବୋର୍ଡ ତରଫରୁ ଗୋଟେ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲା। ନିଜର ଜଣେ ଆତ୍ମୀୟ ଶ୍ରୀ ବାଉରୀବନ୍ଧୁ ତ୍ରିପାଠୀଙ୍କ ସହିତ ମିଶି ପ୍ରଥମେ ଗୋପବନ୍ଧୁଙ୍କ ଜୀବନ “ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ’ ନାମରେ ଗୋଟିଏ ପୁସ୍ତକ ପ୍ରକାଶ କରିଥିଲେ। “ଯୁବବାଣୀ’ ନାମରେ ଏକ ଜାତୀୟ ସଙ୍ଗୀତର ସଂଗୃହିତ ପୁସ୍ତକ ରଚନା କରିଥିଲେ। ଗ୍ରାମାଞ୍ଚଳରେ ଜଣେ ନୀରଳସ ଶୁଦ୍ଧପୁତ କର୍ମୀ ଥିଲେ। ଗୋପବନ୍ଧୁଙ୍କ ଦେହବସାନ ପରେ କଣାସରୁ ପୁରୀକୁ ଆସି ରହିଲେ। ପୁରୀରେ “ସମାଜ’ର ଓ ଅନ୍ୟାନ୍ୟ ପର୍ତ୍ତିକା ପିଟିଆଇର ପ୍ରତିନିଧି ରୂପେ ଦାୟିତ୍ୱ ବହନ କଲେ। ଏସବୁ ସହିତ ଜିଲ୍ଲାର ଅନେକ ସାଙ୍ଗଠନିକ କାର୍ଯ୍ୟରେ ଅନ୍ୟମାନଙ୍କ ସଙ୍ଗେ କାର୍ଯ୍ୟ କରୁଥିଲେ। ୧୯୩୦-୩୧ରେ ପୁରୀ ସ୍ୱରାଜ୍ୟ ଆଶ୍ରମରୁ ଚାଳିଷ ଜଣ ବାନର ସେନା ସହ ଗିରଫ ହୋଇ ହଜାରିବାଗ ଓ ପାଟଣା କ୍ୟାମ୍ପ ଜେଲ୍ରେ ଏକ ବର୍ଷ ସଶ୍ରମ ଜେଲଦଣ୍ଡ ଭୋଗିଥିଲେ। ତାଙ୍କ ସହ ତାଙ୍କ ସହଧର୍ମିଣୀ ସ୍ୱର୍ଗତା ଶ୍ରଦ୍ଧାମଣି ଦେବୀ ମଧ୍ୟ ତିନିମାସ ଜେଲ ଦଣ୍ଡ ଭୋଗିଥିଲେ। ଏହାଛଡ଼ା ଓଡ଼ିଆ ସାହିତ୍ୟ ପରିଷଦର ସମ୍ପାଦକ ପୁରୀ ପୌରସଭାର କାଉନ୍ସିଲର୍ ୧୯୩୧ରେ ପୁରୀ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ରହି ଅସହଯୋଗ ଆନ୍ଦୋଳନକୁ ମଜବୁତ କରିଥିଲେ। ଜଣେ ସଚ୍ଚୋଟ ଓ ଗୋପବନ୍ଧୁଙ୍କ ଅନୁଗାମୀ ହିସାବରେ ଜୀବନର ଶେଷ ପର୍ଯ୍ୟନ୍ତ ସେହି ନୀତିକୁ ମାନି ଚଳୁଥିଲେ।

ପୁରୀ ସହରର ବୟସ୍କ ଲୋକ କହନ୍ତି–ସତ୍ୟବାଦୀ ବାବୁ ଯେକୌଣସି ସାମ୍ବାଦିକ ସମ୍ମିଳନୀକୁ ଗଲେ ଖରା ହେଉ ବର୍ଷା ହେଉ ଖଣ୍ଡିଆ ଚପଲ ହଳେ, ଖଦଡ଼ ଲୁଗା, ମୁଣ୍ଡରେ ଧୋବ ‘ର‘ର ଖଦଡ଼, ଗାନ୍ଧି ଟୋପିଟାଏ ପିନ୍ଧି ପାଦରେ ଗୋଟିଏ ଗୋଟିଏ ଚାଲି ସେଠାକୁ ଯିବେ। ଟିିକିଏ ଖରାପ କଥା ଆଖିରେ ପଡ଼ିଲେ, ଭୀଷଣ ବିରକ୍ତି ପ୍ରକାଶ କରନ୍ତି। ଜୀବନରେ ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଗୋପବନ୍ଧୁ, ସତ୍ୟ ହିଁ ଜଗନ୍ନାଥ, ସାକ୍ଷୀଗୋପାଳ, ତା’ଛଡ଼ା ସବୁ ଅସତ୍ୟ। ସତ୍ ପଥରେ ଚାଳିତ ହେଲେ, ସବୁବେଳେ ଭଗବାନ ସାଥିରେ ଥାନ୍ତି ବୋଲି କହନ୍ତି। ଜୀବନର ପ୍ରାରବ୍ଧ କାଳରେ ଆଗପଛ କିଛି ନଭାବି ଗୋପବନ୍ଧୁଙ୍କ ସାଥିରେ ଯୋଗ ଦେଇଥିବା ଦୁଇଜଣ ଯୁବକ ସେତେବେଳେ ସତ୍ୟବାଦୀ ତ୍ରିପାଠୀ ଓ ରାମଚନ୍ଦ୍ର ରଥଙ୍କ ଉଦାହରଣ ସବୁବେଳେ ଆଚାର୍ଯ୍ୟ ମହାଶୟ ଅନ୍ୟକୁ କହିବାବେଳେ କହିଥାନ୍ତି ସତ୍ୟବାଦୀ ସତ୍ୟବାଦୀର ଅନ୍ୟତମ ଯୋଗଜନ୍ମା, ତାର ନାମ ସତ୍ୟବାଦୀ। ସେ ଯେଉଁ ପ୍ରେସ୍ର ପ୍ରତିଷ୍ଠାତା ପରିଚାଳକ ତା’ର ନାମ ସତ୍ୟବାଦୀ। ତାର ନାମ ସତ୍ୟବାଦୀ।ସେ ଯେଉଁ ପତ୍ରିକାର ପରିଚାଳକ ତାର ନାମ ମଧ୍ୟ ସତ୍ୟବାଦୀ, ସେ ହିଁ “ସତ୍ୟବାଦୀର – ସତ୍ୟବାଦୀ’ ପାଇଁ ଯୋଗ୍ୟ।

ସତ୍ୟବାଦୀ ବାବୁଙ୍କ ଦୁଇ ପୁଅ ବଡ଼ ପୁଅ ସଚ୍ଚିଦାନନ୍ଦ ଜଣେ ଇନସୁରାନ୍ସ ବିଭାଗରେ ସୁନାମ ଅର୍ଜ୍ଜନ କରିଥିବା ଅ‘ିସର୍ ଓ ସାନପୁଅ ଶଙ୍କର ତ୍ରିପାଠୀ ମଧ୍ୟ କ୍ଷାତିସମ୍ପନ୍ନ ସାମ୍ବାଦିକ ହିସାବରେ ସୁନାମ ଅର୍ଜ୍ଜନ କରିଥିଲେ। ଶଙ୍କର ତ୍ରିପାଠୀ “ସମାଜ’ର ସହ ସମ୍ପାଦକ ହିସାବରେ ପୁରୀ ଜିଲ୍ଲା ପାଇଁ ସାମ୍ବାଦିକ ଥିଲାବେଳେ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା। ସତ୍ୟବାଦୀ ତ୍ରିପାଠୀଙ୍କ ଜୀବନୀ ସମ୍ପର୍କରେ ଲେଖିବସିଲେ ଗୋଟେ ଗୋଟେ ପୋଥି ହେବ। ସେ କେବେ ନିଜର ପ୍ରଚାରର ସମର୍ଥକ ନଥିଲେ। ୧୯୪୫ରୁ ପ୍ରଥମ ସଭାପତି ଭାବେ ଉତ୍କଳ ସାମ୍ବାଦିକ ସଂଘ ଗଠନକରି ସାମ୍ବାଦିକଙ୍କ ସମସ୍ୟା ଉପରେ ସ୍ୱର ଉତ୍ତୋଳନ କରୁଥିଲେ। ୩.୦୮.୧୯୭୬ରେ ଅପରାହ୍ନ ପୁରୀରେ ୮୨ ବର୍ଷ ବୟସରେ ପରଲୋକ ଗମନ କଲାବେଳେ ଏ ଲେଖକ ତାଙ୍କ ପାଖରେ କଟକରୁ “ସମାଜ’ ସମ୍ପାଦକ ପଠାଇଥିବା ଦୁଇ ବୋତଲ “ବି’ ଗ୍ରୁପ୍ ରକ୍ତ ନେଇ ଯାଇଥିଲା ହାସପାତାଳରେ ପଡ଼ିଥିଲାବେଳେ ଯେତେ ଲୋକ ଦେଖିବାକୁ ଯାଉଥାନ୍ତି ଏପରିକି ସେତବେଳର ବାଚସ୍ପତି ବ୍ରଜମୋହନ ମହାନ୍ତି ଦେଖିବାକୁ ଗଲାବେଳେ ତାଙ୍କୁ କହିଲେ “ ମୋର ସେ ସତ୍ୟବାଦୀଙ୍କ ପାଖୁ ଯିବାର ବେଳ ହୋଇଗଲାଣି, ମୋ ଦେହରେ ଏତେ ଫେÿାଡାଫୋଡ଼ି ନକରି ଅନ୍ୟ ରୋଗୀଙ୍କୁ ଦେଖ, ପୁଅ ଶଙ୍କରକୁ କହିଲେ ଯେତେଦିନ ପର୍ଯ୍ୟନ୍ତ ସତ୍ୟରେ ଥିବୁ କିଛି ଅସୁବିଧା ହେବ ନାହିଁ। ବିପଦରେ ପଡୁଥିବା ଓ ନିରାଶ୍ରୟଙ୍କର ସେବା ସାହାଯ୍ୟ କରୁଥିବୁ, ସେ ପର୍ଯ୍ୟନ୍ତ ଜଗନ୍ନାଥ ତୋ ପାଖେ ଥିବେ। ଜୀବ ଯିବା ପର୍ଯ୍ୟନ୍ତ ସେହି ଦମ୍ଭର ସହ କଥା ଓ ସତ୍ୟକୁ ଭୁଲି ନଥିଲେ, ହରି ଓଁ ଡାକି କେତେବେଳେ ଜୀବନ ଚାଲିଗଲା ଜାଣି ପାରିଲେ ନାହିଁ ଏପରି ସତ୍ୟ ଓ ନ୍ୟାୟ ଓ ନିଜ ଉପରେ ବିଶ୍ୱାସ ରଖି ସତ ପଥରେ ଜୀବନ ବିତାଇଥିବା ଲୋକ ଦୁନିଆରେ ବିରଳ। ତାଙ୍କର ଜନ୍ମ ୧୮୯୫ ପୌଷ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନାର କଣାସ ବ୍ଲକ୍ର ଦୟାନଦୀ କୂଳ ତ୍ରିଲୋଚନପୁରରେ ହୋଇଥିଲା।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Leave a Reply

Your email address will not be published. Required fields are marked *