ad
ଖେଳ

ସତ୍ୟନାରାୟଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ : ହଳଦିଆ ଚମ୍ପୀଆନ

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଛତ୍ରମଠ ଖେଳପଡ଼ିଆରେ ସତ୍ୟନାରାୟଣ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଆଜି ଉଯାପନ ହୋଇଯାଇଛି। ଏଥିରେ ୮ଗୋଟି ଦଳ ଭାଗନେଇଥିବାବେଳେ ଫାଇନାଲ ଖେଳଟି ହଳଦିଆ କ୍ରିକେଟ ଟିମ୍ ଏବଂ ଗରାମ କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ହଳଦିଆ ଟସ ଜିତି ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୨ ରନ ସହଗ୍ରହକରିଥିବାବେଳେ ଗରାମ ୧୫ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହକରି ପରାଜୟ ବରଣ କରିଥିଲା। ବିଜେତା ଦଳର ଶୁସାନ୍ତ ମହାନ୍ତି ୬ ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ଉଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ସୁପୁତ୍ର ତଥା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ବିଜୟ ଶଙ୍କର ଦାସ, ସମ୍ମାନୀତ ଅତିଥି ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ତଥା ବିଷନପୁର ସରପଞ୍ଚ ବସନ୍ତ କୁମାର ମହାପାତ୍ର, ଅମୁଲ୍ୟ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ ଦାସ, ଧୂନ ଚନ୍ଦ୍ର ସେନାପତି, ଡ଼. ସୁଧାକର ବାରିକ୍, ମହେଶ୍ୱର ନାୟକ, ଦୂର୍ଯ୍ୟଧନ ବାରିକ୍, ଚିନ୍ମୟ ଦାସ ପ୍ରମୁଖ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଖେଳକୁ ଦିପ୍ତି ନନ୍ଦ, ମନୋଜ ମହାନ୍ତି, ସିବେନ୍ଦ୍ର ଖୁଣ୍ଟିଆ ପରିଚାଳନା କରିଥିବାବେଳେ କ୍ଲବର ରଶ୍ମି ରଞ୍ଜନ ବାରିକ୍, ସୂର୍ଯ୍ୟ କାନ୍ତ ଦାସ, ଜିତେନ୍ଦ୍ର ଦାସ, ସତ୍ୟଜିତ୍ ବାରିକ୍, ଅରୁଣ ଖୁଣ୍ଟିଆ, ବାସୁଦେବେ ବାରିକ୍, ବୁଲୁ ଖୁଣ୍ଟିଆ, ସୁରେନ୍ଦ୍ର ଦାସ, ମଣ୍ଟୁ ସେଠୀ, ପ୍ରକାଶ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top