ସତୀର୍ଥ ଲାଭ ସମ୍ମେଳନ ଓ ମୋ ସ୍କୁଲ ଅଭିଯାନ

ତିର୍ତ୍ତୋଲ୧୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୮୦ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସତୀର୍ଥ ଲାଭ ସମ୍ମେଳନ ଓ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଜେନା ସଭାପତିତ୍ୱ କରିଥିବାବେଳେ ଶିକ୍ଷାବିତ୍ ମନମୋହନ କାନୁନଗୋ, ନୟନା ନନ୍ଦ ସାହୁ, ଅକ୍ଷୟ କୁମାର ସାହୁ, ଦିନବନ୍ଧୁ ବେହେରା, ଗୋଲେଖ ବେହେରା, କ୍ଷୀରୋଦ ଦାସ, ଗୋଲୋକ ବିହାରି ପଲାଇ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷକ ଶକ୍ଷୟତ୍ରୀ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ମାନଙ୍କୁ ଆମନ୍ତ୍ରଣ କରାଯାଇ ଏହି ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉପଢ଼ୌକନ, ମାନପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଶିକ୍ଷାନୁଷ୍ଠାନ ଉନ୍ନତି ପାଇଁ ଆଲୋଚନା କରାଯିବା ସହିତ ଅତୀତର ସ୍ମୃତି ଚାରଣ କରାଯାଇଥିଲା। ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇ ଦିବଂଗତ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ଗୁରୁ ପୂଜନ, ସ୍ମୃତି ଚାରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମମାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସତୀର୍ଥ ସମ୍ମେଳନର ଆବାହକ ଆଇନିଜୀବି ପ୍ରଶାନ୍ତ କୁମାର ଦାସଙ୍କ ସମେତ ଅନ୍ୟ ସହପାଠୀମାନେ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *