ଓଡ଼ିଶା

ସତୀଗୁଡା ଜଳ ଭଣ୍ଡାରରେ ଜଳସ୍ତର ବିପଦ ସଙ୍କେତ ଟପିଲା, ମାଛଧରା ଓ ବୋଟ ଚଳାଚଳ ବନ୍ଦ

ମାଲକାନଗିରି, ୨୨ା୮(ଓଡିଆ ପୁଅ ) ଗତ ମାସେ ହେଲା ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସତୀଗୁଡା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ କୁ ଟପିଯାଇଛି। ସତୀଗୁଡା ଜଳଭଣ୍ଡାରର ଜଳଧାରଣ କ୍ଷମତା୧୯୨.୬୩ ମିଟର ଥିବା ବେଳେ ଆଜି ତାହା ୧୯୩.୨୦ ମିଟର କୁ ବୃଦ୍ଧିପାଇଛି। ଜଳଭଣ୍ଡାରରୁ ଅଧିକ ୦.୫୭ମିଟିର ଜଳ ବାହରକୁ ଛଡାଯାଇଛି। ଉକ୍ତ ଜଳ ଭଣ୍ଡାରରେ ଜଳସ୍ତର ଅଧିକ ବୃଦ୍ଧି ପାଇଥିବାରୁ ଜଳଭଣ୍ଡାର ମଧ୍ୟରେ ମାଛ ଧରା ଓ ବୋଟ ଚାଳନାକୁ ବନ୍ଦ କରିଦିଆଯାଇଛି। ଏହି ଜଳଭଣ୍ଡାରରେ ପ୍ରାୟ ୫୦୦ ମତ୍ସଜିବୀ ମାଛଧରି ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି ଜଳସ୍ତର ବିପଦ ସଙ୍କେତ ଟପି ଯାଇଥିବାରୁ ମାଛ ଧରିବାକୁ ମନାକରାଯାଇଛି। ସତିଗୁଡା ଠାରେ ଥିବା ବନବିଭାଗର ସବୁଜ ଉଦ୍ୟାନ, ଇକୋ ପାର୍କ ପରିସରରେ ଜଳଭଣ୍ଡାର ଥିବାରୁ ସେଠାରେ ପର୍ଯ୍ୟଟକମାନଙ୍କ ମନୋରଜଂନ ପାଇଁ ପୋଡାଲ ବୋଟ ଓ ନୈକାବିହାର ବ୍ୟବସ୍ଥା କରାଯାଇଥାଏ। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇ ଥିବାରୁ ବୋଟିଂ ଓ ନୌକାବିହାର କୁ ବନ୍ଦ କରି ଦିଆଯାଇଛି। ୧୯୬୪ ମସିହାରେ ଦଣ୍ଡକାରଣ୍ୟ ପ୍ରକଳ୍ପ କରାଯାଇ ବାଙ୍ଗଲାଦେଶୀଙ୍କୁ ମାଲକାନଗିରି ଜିଲ୍ଲାରେ ଥଇଥାନ କରାଗଲା, ସେମାନଙ୍କୁ କର୍ମ ସଂସ୍ଥାପନ ଯୋଗାଇଦେବା ନିମନ୍ତେ ସିନ୍ଧ୍ରିମାଳ ପଚାଂୟତର ୧୨୯.୫୦ସ୍କୋୟାର କି.ମି ପରିସିମା ପାହଡ ଝରଣାକୁ ନେଇ ସତୀଗୁଡା ଜଳଭଣ୍ଡାର ଓ ଡ୍ୟାମ ନିର୍ମାଣ କରାଗଲା। ସତୀଗୁଡା ଜଳସେଚନ ପ୍ରକଳ୍ପର କେନାଲ ମାଧ୍ୟମରେ ଖରିପ ଚାଷପାଇଁ ୯୦୬୫ ହେକ୍ଟର ଜମି ଓ ରବି ଚାଷ ପାଇଁ ୪୫୩୫ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବାସହ, ସ୍ଥାନିୟ ଆଦିବାସୀ ଓ ବଙ୍ଗିୟ ଶରଣାର୍ଥି ମାନଙ୍କ ପାଇଁ ଜଳ ଭଣ୍ଡାରରେ ମାଛଧରି ଜୀବିକା ନିର୍ବାହର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଆବଶ୍ୟକ ପରିମାଣ ଠାରୁ ଅଧିକ ବର୍ଷା ହେବାଦ୍ୱାରା ସତୀଗୁଡା ଜଳଭଣ୍ଡାରରେ ପାଣିଭରପୁର ହୋଇ ଅଧିକ ୦.୫୭ମିଟର ଜଳସ୍ତର ବୃଦ୍ଧିପାଇଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top