ସତା ସାହିତ୍ୟ ସଂସଦ ତରଫରୁ- କୋରାପୁଟଠାରେ ବର୍ଷାନ୍ତ ସାହିତ୍ୟ ଆସର

କୋରାପୁଟ ; ତା୩୧-୧୨-୧୭(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଆଦିବାସୀ ସଂଗ୍ରାହାଳୟ ସବାଗୃହଠାରେ ସତା ସାହିତ୍ୟ ସଂସଦ ତରଫରୁ ବର୍ଷାନ୍ତ ସାହିତ୍ୟ ଆସର ଅନୁଷ୍ଟିତ ହୋଇଯାଇଛି।ସଭାପତି ଜଳଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସିତମର ଅଧ୍ୟକ୍ଷ କୃଷ୍ଣ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଗାଟନ କରିଥିଲେ।କବି ହୃଷିକେଶ ମିଶ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।ଆଧୁନିକ ସମାଜରେ ସାହିତ୍ୟର ସ୍ଥିତି ଓ ପ୍ରଭାବ ସଂପର୍କରେ ମନମୋହନ ଆଚାର୍ଯ୍ୟ ମୁଖ୍ୟ ବକ୍ତାଭାବେ ଯୋଗଦେଇ ନିଜର ମତ ଉପସ୍ଥାପନା କରିଥିଲେ।ବିଶିଷ୍ଠ କବି ନାରାୟଣ ପଣ୍ଡା ଓ ଜୟପୁର ସାହିତ୍ୟ ପରିଷଦର ସଭାପତି ଲକ୍ଷ୍ମିକାନ୍ତ ପାଢୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରୀୟବ୍ରତ ପାତ୍ର ଓ ବିଜୟ କୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସିଂଙ୍କ ଦ୍ୱାରା ଉପଢୈାକନ ଦେଇ ସମ୍ବର୍ନ୍ଧନା ଦିଆଯାଇଥିଲା।ସଭାପରେ ୪୦ ଜଣ କବି/କବିୟତ୍ରୀ ସେମାନଙ୍କର ନିଜସ୍ୱ କବିତା ପାଠ କରିଥିଲେ।

Leave a Reply

Your email address will not be published. Required fields are marked *