କୋରାପୁଟ

ସତା ସାହିତ୍ୟ ସଂସଦ ଆନୁକୁଲ୍ୟରେ; କୋରାପୁଟଠାରେ ବିଷୁବ ସାରସ୍ୱତ ସମାରୋହ ପାଳିତ 

କୋରାପୁଟ ; ତା୧୪-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ସଭାଗୃହଠାରେ ମହା ବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ଅବସରରେ ସତା ସାହିତ୍ୟ ସଂସଦ ଆନୁକୁଲ୍ୟରେ ବିଷୁବ ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି ।ସଂସଦର ସଭାପତି ଜଳଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ସଂପାଦକ ଜୟନ୍ତ କୁମାର ମିଶ୍ର ଯୋଗଦେଇ ସଂପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ ।ମାଲକାନଗିରି କଲେଜର ଅଧ୍ୟକ୍ଷ ଡ. ମଧୂସୂଦନ ମହାପାତ୍ର ମୁଖ୍ୟ ଅତିଥି , ସାହିତ୍ୟିକ ବିଜୟ ଉପାଧ୍ୟୟ ମୁଖ୍ୟ ବକ୍ତା ,ସମାଜସେବୀ କୃଷ୍ଣ ସିଂ , ଜଳବିଭାଜିକାର ପ୍ରକଳ୍ପ ନିଦେ୍ର୍ଦଶକ ଭବାନୀ ଶଙ୍କର କାଲ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ମିଶ୍ର ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ସମାଜର ପ୍ରଗତିରେ ସାହିତ୍ୟର ଭୂମିକା ଶିର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ ।ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ରଥଙ୍କୁ ସତା ସମ୍ମାନରେ ସମ୍ମାନ୍ନିତ କରାଯାଇଥିଲା ।ଶେଷରେ ସୈାମେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top