ଓଡ଼ିଶା

ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ ୯ ଆହତ

ମୁରୈନା/ମଧ୍ୟପ୍ରଦେଶ ୨୧/୬ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ମୁରୈନାରେ ବଡ଼ଧରଣର ସଡ଼କ ଦୁର୍ଘଟଣାରେ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସେହି ସମୟ ହେଲା ଯେତେବେଳେ ଜିପଟି ବାଲି ବୋଝୋଇ ହୋଇଥିବା ଏକ ଟ୍ରାକ୍ଟର ସହିତ ଧକ୍କା ଦେଲା। ଦୁର୍ଘଟଣା ଗଞ୍ଜରାମପୁର ମୋଡ଼ରେ ହୋଇଛି। ମୃତକ ଏବଂ ଆହତମାନେ ସମସ୍ତେ ବନ୍ଧୁ ଏବଂ ସମ୍ପର୍କୀୟ ଅଚନ୍ତି। ସେମାନେ ଏକ ଶବଯାତ୍ରାରେ ସାମିଲ ହେବାପାଇଁ ଯାଉଥିଲେ। ସମସ୍ତ ଲୋକ ଗ୍ଵାଲିୟର ବଡ଼େରା ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ମୁରୈନା ଗୁରଗାନ ଗ୍ରାମକୁ ଯାଉଥିଲେ, ଯେଉଁଠାରେ କରେଣ୍ଟ ଲାଗିବାକୁ ଏକ ଝିଅର ମୃତ୍ୟୁ ହୋଇଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top