ସଡକ ସୁରକ୍ଷା ସପ୍ତାହ: ଗାଡି ଚାଳକ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ଡାକ୍ତରଖାନା ଛକରେ ଏହି ପରିପ୍ରେକ୍ଷୀରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ବିଭୂତି ଭୂଷଣ ଦାସ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କହିଲେ ଦିନକୁ ଦିନ ଏବେ ଦୁର୍ଘଟଣା ବଢିବାରେ ଲାଗିଛି। ଏହାକୁ ପ୍ରତିହିତ କରିବା ପାଇଁ ପ୍ରତ୍ୟେକ ସଚେତନ ହେବା ଜରୁରୀ। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରାଗଲେ ତାହାର ସୁଦୂର ପ୍ରସାରୀ ହୋଇପାରିବ। ପ୍ରତ୍ୟେକ ଟ୍ରାଫିକ ନିୟମ ମାନିବା ସହ ନିଜର ସୁରକ୍ଷା ପାଇଁ ନିଜେ ଯତ୍ନବାନ ହେଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ସେ ମତ ଦେଇଥିଲେ। ଆଂଚଳିକ ପରିବହନ ଅଧିକାରୀ ସଂଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟର ଯାନ ନୀରିକ୍ଷକ ପ୍ରତାପ କିଶୋର ପଣ୍ଡା ସପ୍ତାହ ପାଳନ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୭ ବର୍ଷ ମଧ୍ୟରେ କୌଣସି ଦୁର୍ଘଟଣା ଘଟାଇ ନଥିବା ୬ ଜଣ ବସ ଓ ଟ୍ରକଚାଳକଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଳା। ଉପଜିଲ୍ଳାପାଳ ଭବତାରଣ ସାହୁ, ଆପାଦକାଳିନୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର, ଏନଫୋର୍ସମେଂଟ ଅଫିସର ଶ୍ୟାମ ସୁନ୍ଦର ମହାପାତ୍ର, ବସ ମାଲିକ ସଂଘ ଲୋକନାଥ ପାଣି, ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଏବେ ନିରାପଦ ଓ ସୁରକ୍ଷିତ ଯାତ୍ରା ଆମ ପାଇଁ ଚିନ୍ତାର ବିଷୟ। ମନୁଷ୍ୟକୃତ କାରଣରୁ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହୋଇଛି। ବ୍ଲକ ସ୍ତରରୁ ସଡକ ସୁରକ୍ଷା ସଂପର୍କରେ ସଚତନତା କାର୍ଯ୍ୟକ୍ରମ କରିବା ଉପରେ ଅତିଥୀଗଣ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥୀ ଶ୍ରୀ ଦାସ ସଚେତନତା ରଥକୁ ଉଦଘାଟନ କରିଥିବା ବେଳେ ଛାତ୍ର ଛାତ୍ରୀମାନେ ଶୋଭାଯାତ୍ରା ଓ ପ୍ଲାକାର୍ଡ ପ୍ରଦର୍ଶନ ମଧ୍ୟରେ ଲୋକମାନଙ୍କୁ ସଡକ ସୁରକ୍ଷା ସଂପର୍କରେ ସଚେତନତା କରିଥିଲେ। ମନୋରଂଜନ ଖୁଣ୍ଟିଆ, ଲକ୍ଷ୍ମିନାରାୟଣ ବେହେରା, ରବିନାରାୟଣ ମହାପାତ୍ର, ସଂଜୟମାଳ, ଜୟଦେବ ସାହୁ, ନିରୂପମା ତରାଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *